ଭୁବନେଶ୍ୱର: ବହୁ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି ଖୁବଶୀଘ୍ର ବରମୁଣ୍ଡା ଆନ୍ତଃରାଜ୍ଯ ବସ ଟର୍ମିନାଲ ନିର୍ମାଣ କାର୍ଯ୍ଯ ଶେଷ ହେବା ପର୍ଯ୍ଯାୟରେ ତେବେ ଏହି ଟର୍ମିନାଲରେ ବାଧକ ସାଜିଥିବା କିଛି ଜବରଦଖଲକାରୀଙ୍କୁ ହଟାଇ ଦେଇଛି ବିଡିଏ ଗୁରୁବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଏନଫୋର୍ସମେଣ୍ଟ ଟିମ ବରମୁଣ୍ଡାସ୍ଥିତ ବସଷ୍ଟାଣ୍ଡରେ ଉଚ୍ଛଦ କରିଥିଲା ବରମୁଣ୍ଡାରେ ଆନ୍ତଃରାଜ୍ଯ ବସ ଟର୍ମିନାଲ ନିର୍ମାଣ କାର୍ଯ୍ଯ ଜୋରସୋରରେ ଚାଲିଛି ହେଲେ ସେଠାରେ ଥିବା ପ୍ରବେଶ ଓ ପ୍ରସ୍ଥାନ ପଥରେ କିଛି ଜବରଦଖଲାକରୀ ଦୋକାନ ଓ ହୋଟେଲ ଗଢ଼ିଥିଲେ ଏମିତି କି କେତେକ ମଧ୍ୟ ଘର ନିର୍ମାଣ କରି ରହୁଥିଲେ ଫଳରେ ସେଠାରେ ହେଉଥିବା ଟର୍ମିନାଲ ନିର୍ମାଣ କାର୍ଯ୍ଯରେ ଅସୁବିଧା ଦେଖାଦଉଥିଲା ବିଡିଏର ଏନଫୋର୍ସମେଣ୍ଟ ଟିମ ଏହସବୁ ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ପହଞ୍ଚିଥିଲା ବସ୍ଷ୍ଟାଣ୍ଡର ପ୍ରବେଶ ଓ ପ୍ରସ୍ଥାନ ପଥରେ ହୋଇଥିବା ଦୋକାନଗୁଡ଼ିକୁ ହଟାଇବା ବେଳେ ସ୍ଥାନୀୟ ଦୋକାନୀ ବିରୋଧ କରିଥିଲେ ଏପରିକି କିଛି ସମୟ ଦୋକାନୀ ଓ ଏନଫୋର୍ସମେଣ୍ଟ ଟିମ୍ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ପୋଲିସର ହସ୍ତକ୍ଷେପ ପରେ ଦୋକାନ ଓ ଘରଗୁଡ଼ିକୁ ଭାଙ୍ଗିଥିଲା ବିଡିଏ ଏଥିରେ 29ଟି ଆଜବେଷ୍ଟର୍ସ ଘର, 3ଟି ଚାଳ ଘର, 4ଟି ଲୁହା ଗେଟ, 5ଟି ପଲିଥିନ ନିର୍ମିତ ଘର, 4ଟି କ୍ଯାବିନ ଓ 250 ଫୁଟର ପାଚେରୀକୁ ମାଟିରେ ମିଶାଇ ଦେଇଛି ଏନଫୋର୍ସମେଣ୍ଟ ଟିମ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ଡ. ଶ୍ୱେତ କୁମାର ଦାଶ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଡିଭିଜନ-1ର ସହକାରୀ ଯନ୍ତ୍ରୀ ଜ୍ଯୋତିରଞ୍ଜନ ସାହୁ, ଭରତପୁର ଆଇଆଇସି ବିଭୁଦତ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ