ସରଧାପାଲି ଗାଁରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ…

0

ସୁବର୍ଣ୍ଣପୁର ଜିଲ୍ଲା,ତରଭା ବ୍ଲଙ୍କ ବଘିଆ ପଞ୍ଚାୟତ ସରଧାପାଲି ଗ୍ରାମରେ ନବନିର୍ମିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରଟ ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠି ହୋଇଯାଇଛି । ଶୁଭସ୍ତମ୍ଭ ସ୍ଥାପନ, ଅଙ୍କୁରାରୋପଣ ଗଙ୍ଗା ନିମନ୍ତ୍ରଣ, ଜଳସ ଯାତ୍ରା, ରାମାୟଣ ପାରାଗଣ, ୨୪ ପ୍ରହର ନାମଯଜ୍ଞ, ପ୍ରବଚନ, ପଞ୍ଚକୁଣ୍ଡୀୟ ଯଜ୍ଞ, ମିନାବଜାର, ସାଂସ୍କୃତିକ କାର୍ୟ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଶୁଭମ ମିଶ୍ର ଓ ସାଥୀ ତୁଳସୀ ରାମାୟଣ ପାରାୟଣ କରିଥିଲେ ଓ ଚବିଶ ପ୍ରହରୀ ନାମଯଜ୍ଞ ଗତ ଗୁରୁବାର ପୂଣ୍ଡାହୁତି ପ୍ରଦାନ ପରେ ସଂକୀର୍ତ୍ତନ ଦଳ ସହ ନଗର ପରିକ୍ରମା କରାଯାଇଥିଲା। ପ୍ରତିଷ୍ଠା ଉତ୍କଳରେ ମୁଖ୍ୟ ଆଚାର୍ୟ୍ୟ ଭାବେ ରାଜେନ୍ଦ୍ର ଶତପଥୀ ଦାୟିତ୍ବ ତୁଲାଇଥିବା ବେଳେ ପଣ୍ଡି ବିରଞ୍ଚି ମିଶ୍ର ହେମନ୍ତ ଷଡ଼ଙ୍ଗୀ, ବିପିନ ମିଶ୍ର, ବୃନ୍ଦାବନ ମହାପାତ୍ର, ଲୋଚନ ମିଶ୍ର, ଘନଶ୍ୟାମ ମିଶ୍ର, ହେମନ୍ତ ମିଶ୍ର, ନେତ୍ରାନନ୍ଦ ପଣ୍ଡା ପୂଜା କାର୍ୟ୍ୟ ତୁଲାଇଥିଲେ । ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠାରେ ଗଣ୍ଡାରାମ ପଣ୍ଡା, କୁନୁ ପଣ୍ଡା ମହେଶ୍ବର ମିଶ୍ର କାଙ୍ଗାଳି ମିଶ୍ର, ଶରଣ କୁଁଅର, ବଳଦେବ ସାହୁ, ଧର୍ମେନ୍ଦ୍ର ଜାନ ସପତ୍ନୀକ କରା ଦାୟିତ୍ବ ତୁଲାଇଥିଲେ ମନ୍ଦିର ପରିଚାଳନା କମିଟିଗ କୁଶଳେଶ୍ଵର ମିଶ୍ର, ଦୈତାରା ତ୍ରିପାଠୀ, ହରେକୃଷ୍ଣ ପାତ୍ର, ପ୍ରଶାନ୍ତ ସେଠୀ, ହିମାଂଶୁ ମିଶ୍ର, ପ୍ରକାଶ ସାହୁ, ବିଜୟ ପଣ୍ଡା, ଚନ୍ଦ୍ରମଣି ସେଠୀ, ପ୍ରଦୀପ ସାହୁ, ହଳଧର ଚନ୍ଦନଙ୍କ ସହିତ ସରଧାପାଲି ଓ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ସହଯୋଗ କରିଥିଲେ । ନାମଯଜ୍ଞ କମିଟି ସଭାପତି ଦୁର୍ଗାପ୍ରସାଦ ସାହୁ, ପ୍ରଦୀପ ମେହେର, ସୁବାଷ ସେଠୀ, ସୁରେନ୍ଦ୍ର ଜେନା, ଶୈଳେନ୍ଦ୍ର ସାହୁ, ଦୁଃଖୁ ମେହେର, ସନ୍ତୋଷ ମେହେର, ଗୁଞ୍ଜୁରୁ ଗୁରୁ ରାମଶଙ୍କର ମହଲାଙ୍କ ସହ ହାଟପଦାପଡ଼ାବାସୀ ଓ ଅଞ୍ଚଳବାସୀ ବିଭିନ୍ନ କାର୍ୟ୍ୟରେ ସହଯୋଗ କରିଥିଲେ । ନୀଳକଣ୍ଠେଶ୍ଵର ବାବା ଶୈବ ପୀଠକୁ ଆସି ନାମ ଶେଷ କରାଯାଇଥିଲା । ଶତାଧିକ ଶ୍ରଦ୍ଧାଳୁଙ୍କୁ ନେଇ ନଗର ପରିକ୍ରମା କରାଯାଇଥିଲା । ସେହିପରି ତରଭା ବ୍ଲକ ନୂଆଁପାଲି, ଦେଓଗାଁ, ଲକ୍ଷ୍ମୀମୁଣ୍ଡା, ଶରଧାପାଲି ଗ୍ରାମରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।