ମନ୍ଥର ଗତିରେ ଚାଲିଛି ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ ପ୍ରାସାଦ : ଅସନ୍ତୋଷ ଜାହିର କଲେ ବାଚସ୍ପତି

0

ଭୁବନେଶ୍ୱର : ବିଧାୟକ ମାନଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ ପ୍ରାସାଦ ନିର୍ମାଣରେ ମନ୍ଥରତା । ଅସନ୍ତୁଷ୍ଟ ପ୍ରକାଶ କଲେ ବାଚସ୍ପତି ସୁରମା ପାଢ଼ୀ । ପ୍ରତିକ୍ରିୟା ରଖି ବାଚସ୍ପତି କହିଛନ୍ତି ଦୁଇ ଥର ସମୀକ୍ଷା ପରେ ଜାଣି ବାକୁ ପାଇଛି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସନ୍ତୋଷ ଜନକ ନୁହେଁ । ପୂର୍ବର କିଛି ନିଷ୍ପତ୍ତି କାରଣ ରୁ ଏହି କାର୍ଯ୍ୟ ରେ ମନ୍ଥର ଆସିଛି । ଆମେ ଆଶା କରୁଛୁ 2025 ଶେଷ ସୁଦ୍ଧା ସରିବ ବିଧାୟକଙ୍କ ବହୁତଲ କ୍ଵାଟର କାମ । ଯେଉଁ ମାନଙ୍କ ପାଇଁ ବର୍ତ୍ତମାନ କ୍ଵାଟର ର ବ୍ୟବସ୍ଥା ନାହିଁ ବା କ୍ଵାଟର ପାଇନାହାନ୍ତି ସେମାନେ ମାସକୁ 30 ହଜାର ଟଙ୍କା ପାଇବେ । ଟାର୍ଗେଟ ତାରିଖ ଦିଆଯାଇଛି ସମୀକ୍ଷା କରିଛି କାର୍ଯ୍ୟ ଅଗ୍ରଗତି ରେ ସନ୍ତୁଷ୍ଟ ନୁହେଁ | ବିଗତ ଦିନ ରେ କିଛି କାର୍ଯ୍ୟ ପାଇଁ ମନ୍ଥର ଗତି ରେ ଚାଲିଛି | ଆଶା 2025 ରେ ସରିବ ।