ଦିଲ୍ଲୀର ଦ୍ୱାରକାଠାରେ ‘ଯଶୋଭୂମି’ ନିର୍ମାଣ

0

ବ୍ୟୁରୋ: ଦିଲ୍ଲୀର ଦ୍ୱାରକାଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର ନିର୍ମାଣ କରାଯାଉଛି । ଯାହାର ନାମ ‘ଯଶୋଭୂମି’ ରଖାଯାଇଛି। ମୋଟ ୮.୯ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ଯଶୋଭୂମି ନିର୍ମାଣ କରାଯାଉଛି। ସେଥିମଧ୍ୟରୁ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ।
ଏହାର ପ୍ରଥମ ପର୍ୟ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି। ଯଶୋଭୂମି ପ୍ରସ୍ତୁତ ହେବା ପରେ ବିଶ୍ୱର ସର୍ବବୃହତ ମିଟିଂ, ଇନସେଣ୍ଟିଭ୍, କନଫରେନ୍ସ ଏବଂ ପ୍ରଦର୍ଶନୀ ସୁବିଧା ମଧ୍ୟରେ ଏହା ନିଜର ସ୍ଥାନ ସୃଷ୍ଟି କରିବ। ଯଶୋଭୂମିରେ ଏକ ମୁଖ୍ୟ ଅଡିଟୋରିୟମ୍ ସହିତ ଗ୍ରାଣ୍ଡ୍ ବଲ୍ରୁମ୍, ୧୫ଟି ସମ୍ମିଳନୀ କକ୍ଷ ଏବଂ ୧୩ଟି ବୈଠକ ହଲ୍ ରହିବ। ମୁଖ୍ୟ ଅଡିଟୋରିୟମରେ ଏକକାଳୀନ ୬୦୦୦ ଅତିଥି ବସିବାର କ୍ଷମତା ରହିଛି। ଏଥିରେ ସମୁଦାୟ ୧୧,୦୦୦ ପ୍ରତିନିଧି ବସିବାର ବ୍ୟବସ୍ଥା ହୋଇଛି। ଯଶୋଭୂମିରେ ଏକ ବିରାଟ ପ୍ରଦର୍ଶନୀ ହଲ୍ ମଧ୍ୟ ତିଆରି କରାଯାଇଛି। ଏହା ସହିତ ମିଡିଆ ରୁମ୍, ଭିଭିଆଇପି ଲାଉଞ୍ଜ, ସୂଚନା କେନ୍ଦ୍ର ଏବଂ ଟିକେଟ୍ ସେଣ୍ଟର ଭଳି ସୁବିଧା ବି ଉପଲବ୍ଧ ହେବ।