ଜଳବିକାଶରେ ଠିକାଦାର ର ମନମାନି କାର୍ଯ୍ୟ: ବିଭାଗୀୟ ଅଧିକାରୀଙ୍କ ତଦନ୍ତ ପାଲଟିଛି ପ୍ରହସନ

0

ବିଞ୍ଝାରପୁର :  ବର୍ଷା ଦିନ ସମୟ ରେ ସୟଦପୁର ପଂଚାୟତ ଓ ବିଞ୍ଝାରପୁର ବଜାର ରେ ଜମିରହୁଥିବ ପାଣି ନିସ୍କାସନ ପାଇଁ ସରକାରଙ୍କ ତରଫରୁ ବିଞ୍ଝାରପୁର ଜଳନିକାସ ଉପଖଣ୍ଡ ର ତତ୍ୱବଧାନ ରେ ପାଞ୍ଚ କୋଟି ଟଙ୍କା ରୁ ଉର୍ଦ୍ଧ ଅର୍ଥ ବ୍ୟୟ ବରାଦ ରେ ଡ୍ରେନ କାର୍ଯ୍ୟ ନିର୍ମାଣ ଚାଲିଛି। କାର୍ଯ୍ୟ ଚାଲୁଥିବା ସମୟ ରେ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତି ରେ ଠିକାଦାର ଙ୍କ ଚାଲୁଛି ମାନମନି କାର୍ଯ୍ୟ। ଯାଜପୁର ଅଧିକ୍ଷଣ ଯନ୍ତ୍ରୀ ଅଚାନକ କାର୍ଯ୍ୟ ତଦାରଖ ପାଇଁ ପହଞ୍ଚି କାର୍ଯ୍ୟର ମାନ କୁ ସଠିକ ଢଙ୍ଗ ରେ କରାଇବା ପାଇଁ ନିର୍ଦେଶ ଦେବା ସହ କିଛି ବ୍ୟତିକ୍ରମ କୁ ସଜାଡି ଥିଲେ। ହେଲେ ଯାହାର ବିପରୀତ କାର୍ଯ୍ୟ ଚଳାଇଛନ୍ତି ଖୋଦ ଠିକାଦାର। ପତଳା ଫିଲିଙ୍ଗ ବାଲି ସାଙ୍ଗକୁ ଢ଼ଳେଇ ରେ ସିମେଣ୍ଟ ଭାଗ କମ୍ ରହୁଥିବା ଦେଖିବାକୁ ମିଳିଛି। କିଛି କିଛି ଯାଗା ରେ ଢଳେଇ ରେ ଫାଟ ଦେଖାଦେଲାଣି।  କିପରି ର-ଠ କାର୍ଯ୍ୟ କରି ପିସି ଦେଇ ବିଲ୍ ଉଠାଇ ନେବେ ସେଥି ପାଈଁ ଠିକାସଂସ୍ଥା ର ଚାଲିଛି ଯୋର ଜବରଦସ୍ତି ପ୍ରୟାସ।