ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ

0

ଭୁବନେଶ୍ୱର: ସରକାର ପ୍ରତିଶ୍ରୁତି ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଏହାର ପ୍ରତିବାଦରେ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି ନିଖିଳ ଓଡିଶା କନିଷ୍ଠ ଶିକ୍ଷକ ସଂଘ। ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ଅଭିଯୋଗ କରିଛି ଯେ କିଛି ମାସ ତଳେ ଚୁକ୍ତିଭିତିକ ନିଯୁକ୍ତି ପ୍ରଥା ବନ୍ଦ କରିବା ପାଇଁ ରାଜ୍ୟ ସରକାର ଘୋଷଣା କଲେ। ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି କୁହାଗଲା।କିନ୍ତୁ ବାସ୍ତବରେ ଏହାର ଆଢୁଆଳରେ କାର୍ୟ୍ୟକାରୀ ହେଉଥିବା ନିଷ୍ପତ୍ତି ଶିକ୍ଷକ ବିରୋଧୀ ।ପ୍ରାୟ ୧୮ ହଜାର ଗଣଶିକ୍ଷକ ଏଥିରୁ ବଞ୍ଚିତ ହେବେ ବୋଲି କୁହାଯାଉଛି। ତେଣୁ ରାଜ୍ୟ ସରକାର ଏହାକୁ ପୁନଃ ବିଚାର କରିବାକୁ ଅନୁରୋଧ କରିଛି ସଂଘ।