ଭୁବନଶ୍ୱେର; ନୂଆ ନିଯୁକ୍ତି ପାଇଲେ ଆଇପିଏସ ଅଧିକାରୀ ଆଶିଷ ସିଂହ । ବିବାଦୀୟ ଆଇପିଏସ ଅଧିକାରୀ ଆଶିଷ ସିଂହ ଡେପୁଟେସନରେ ଯିବେ । ତାଙ୍କୁ ଅର୍ଦ୍ଧସାମରିକ ବାହିନୀ ଇଣ୍ଡା- ତିଦ୍ଦତ ବର୍ଡର ବା ଆଇଟିବିପିରେ ଆଇଜି ଭାବେ ନିଯୁକ୍ତି ମିଳିଛି । ୫ବର୍ଷ ପାଇଁ ସେ ଡେପୁଟେସନରେ ଯିବେ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି ଭାରତ ସରକାର । ବର୍ତ୍ତମାନ କାର୍ଯ୍ୟରୁ ତୁରନ୍ତ ରିଲିଭ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତୁରନ୍ତ ଦିଆଯାଇଥିବା ନୂଆ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ମଧ୍ୟ ରହିଛି ।ଭାରତ ସରକାରଙ୍କ ଅଣ୍ଡର ସେକ୍ରେଟାରୀ ସଞ୍ଜୀବ କୁମାର, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଛନ୍ତି। ଗତ ସାଧାରଣ ନିର୍ବାଚନରେ ବିବାଦକୁ ଆସିଥିଲେ ଆଶିଷ ସିଂ। ନିର୍ବାଚନ ପରିଚାଳନାରେ ଅନିୟମିତତା କରୁଥିବା ନେଇ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଅଭିଯୋଗ ଆଣିଥିଲେ। ପରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଲମ୍ବା ଛୁଟିରେ ଯାଇଥିଲେ। ନିର୍ବାଚନ ଫଳାଫଳ ପରେ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଥିଲା।