ରାଇରଙ୍ଗପୁର /ସତ୍ୟାନାରୟଣ ପାଲ : ବିଜାତଳl ଇସ୍ଥିତ କେଶିଡ଼ିକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ଅବସର ରେ ଆଜି ମୋ-ଓ କାର୍ଯ୍ୟକ୍ରମର ସ୍ଵଚ୍ଛତା ଅଭିଯାନ ଅବସରରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି ଯେପରିକି ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ, ଉଚ୍ଚ ବିଦ୍ୟାଳୟର ହତା ସଫେଇ, ଡାହାଣୀ ବିରୋଧି ଅଭିଯାନ ମାଧ୍ୟମରେ ସ୍ଥାନୀୟ ଦାମୁଡିଗୋଡା ଗ୍ରାମ ବୁଲିବୁଲି ଲୋକମାନଙ୍କୁ ସଚେତନ କରାଯାଇଥିଲା ।ଏହି ଅବସରେର କଲେଜର ଅଧକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ବିଶାଳ ଶୋଭାଯାତ୍ରାରେ ଯାଇ ଗାଁ ଗାଁ ବୁଲି ସଚେତନତାର ବାର୍ତ୍ତା ଦେଇଥିଲେ ବୋଲି କଲେଜର ନୋଡାଲ ଅଫିସର ଇଂରାଜୀ ଅଧ୍ୟାପକ ପି.ସି.ବରାଳ ପ୍ରକାଶ କରିଛନ୍ତି।