ଆଜି କାଲି ସମସ୍ତେ ବିବାହ ପୂର୍ବରୁ ପ୍ରି ୱେଡିଂ ସୁଟିଂ କରୁଛନ୍ତି । ଏହି ସମୟରେ ନିଜ ବିବାହକୁ ସ୍ମରଣୀୟ ଏବଂ ସ୍ପେଶାଲ କରିବା ପଇଁ ବିଭିନ୍ନ ଆକର୍ଷଣୀୟ ଯାଗାକୁ ଯାଇ ଭିଡିଓ ସୁଟିଂ କରୁଛନ୍ତି । ହାଇଦ୍ରାବାଦ ପୁଲିସ ଦମ୍ପତିଙ୍କର ଏପରି ଏକ ପ୍ରି ୱେଡିଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୨ ମିନିଟର ଭିଡିଓରେ ଉଭୟ ଅଧିକାରୀ ଚଳଚ୍ଚିତ୍ରର ଦୃଶ୍ୟ ପରି ୟୁନିଫର୍ମ ପିନ୍ଧି ପୁଲିସ ଷ୍ଟେସନରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି ଜ୍ଝ ପୁଲିସ ବର୍ଦ୍ଦିରେ ସୁଟିଂ ପରେ ଉଭୟଙ୍କୁ ହାଇଦ୍ରାବାଦର ଚାରମିନାର ଏବଂ ଲାଡ ବଜାରରେ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ।
ତେବେ ଭିଡିଓ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ କ୍ରୋଧିତ ହୋଇଛନ୍ତି। ଲୋକମାନେ କହିଛନ୍ତି ଯେ ପୁଲିସ୍ ସେମାନଙ୍କର ବ୍ୟକ୍ତିଗତ ଭିଡିଓ ପାଇଁ ବର୍ଦ୍ଦି ସହ ପୁଲିସ ଗାଡି ବ୍ୟବହାର କରିବା ଉଚିତ୍ ନୁହେଁ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଯଦି କୌଣସି ସାଧାରଣ ବ୍ୟକ୍ତି ଏପରି କ୍ଲିପ୍ ରେକର୍ଡ କରିବାକୁ ଚେଷ୍ଟା କରିଥାନ୍ତେ, ତେବେ ସେମାନେ ମୋବାଇଲ୍ ଫୋପାଡି ଦେଇଥାନ୍ତେ। କିନ୍ତୁ ପୁଲିସ ଅଧିକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ପାଇଁ ସରକାରୀ ଯାନବାହାନ ସହ ୟୁନିଫର୍ମର ଅପବ୍ୟବହାର କରିପାରିବ କି?
ଏହି ଘଟଣାକୁ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ପୋଲିସ ସମ୍ପତି ବ୍ୟବହାର କରି କିଛି ଭୁଲ କରି ନାହାନ୍ତି । କିନ୍ତୁ ଯଦି ସେ ପୂର୍ବରୁ ପରିମିଶନ ନେଇଯାଇଥାନ୍ତେ ତେବେ ମୁଁ ତାଙ୍କୁ ସୁଟିଂ ପାଇଁ ଅନୁମତି ଦେଇଥାନ୍ତି । ସେ କହିଛନ୍ତି , ଏହା ଶୁଣିବା ପରେ କିଛି ଲୋକ କ୍ରୋଧିତ ହୋଇ ପାରନ୍ତି କିନ୍ତୁ ମୁଁ ସେମାନଙ୍କୁ ଭେଟି ଆର୍ଶୀବାଦ କରିବାକୁ ଚାହେଁ । ଯଦିଓ ସେ ମୋତେ ଡାକି ନାହାନ୍ତି ତଥାପି ମୁଁ ସେମାନଙ୍କୁ ଅନୁମତି ଦେଇଥାନ୍ତି ।