ଡେଲ୍ଟା-ଆଲ୍ଫା ଭଳି ଭାରିଏଣ୍ଟକୁ ମାତ ଦେବ ୧୦୦୦ଗୁଣ ଅଧିକ ପ୍ରଭାବଶାଳୀ ଆଣ୍ଟିବଡ଼ି

କରୋନା ଭାଇରସ୍‌କୁ ମାତ୍‌ ଦେବାକୁ ଆସିଗଲା ନୂଆ ଅସ୍ତ୍ର । ଆଉ କରୋନା ତାର ପ୍ରଭାବ ବିସ୍ତାର କରିପାରିବ ନାହିଁ । ଏବେ EMBO Journalରେ ଏକ ଷ୍ଟଡି ପ୍ରକାଶିତ ହୋଇଛି

0

(ଦିଲ୍ଲୀ) : କରୋନା ଭାଇରସ୍‌କୁ ମାତ୍‌ ଦେବାକୁ ଆସିଗଲା ନୂଆ ଅସ୍ତ୍ର । ଆଉ କରୋନା ତାର ପ୍ରଭାବ ବିସ୍ତାର କରିପାରିବ ନାହିଁ । ଏବେ EMBO Journalରେ ଏକ ଷ୍ଟଡି ପ୍ରକାଶିତ ହୋଇଛି , ଏହା ମୁତାବିକ୍‌ ମ୍ୟାକ୍ସ ପ୍ଲେଙ୍କ୍ ଇନଷ୍ଟିଚ୍ୟୁଟ୍‌ର ରିସର୍ଚ୍ଚରମାନେ ଏକ ଏମିତି ଆଣ୍ଟିବଡ଼ି ନିର୍ମାଣ କରିଛନ୍ତି , ଯାହା ଅନ୍ୟ ଆଣ୍ଟିବଡ଼ି ତୁଳନାରେ କରୋନା ବିରୋଧରେ ୧୦୦୦ଗୁଣ ଅଧିକ ପ୍ରଭାବଶାଳୀ ।

କେମିତି କାମ କରିବା ଏହି ଆଣ୍ଟିବଡି ?
ଏମ୍‌ପିଆଇର ଡାଇରେକ୍ଟର ଡିରିକ୍‌ ଗରଲିଚ୍‌ କୁହନ୍ତି , ଏହି ଆଣ୍ଟିବଡି କେବଳ ସନ୍ତୁଳନ ଦେଇନଥାଏ , ଏହା ଖୁବ୍‌ ପ୍ରଭାବଶାଳୀ ମଧ୍ୟ ଯେ ଏହି ଆଲ୍ଫା , ବିଟା , ଗାମା ଓ ଡେଲଟା ବିରୋଧରେ ପ୍ରଭାବଶାଳୀ । ସେପଟେ ୟୁଏମ୍‌ଜି ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ମେଥିଆସ୍‌ ଡୋବିଲଷ୍ଟିନ୍‌ କହିଛନ୍ତି କି ଏହି ନାନୋ ବଡ଼ି ୯୫ ଡିଗ୍ରୀ ସେଲେସିୟସ ପର୍ଯ୍ୟନ୍ତ ଜୀବନ୍ତ ରହିପାରେ । ଯାହାକି ମଣିଷର ଶରୀରରେ ଏହାର ପ୍ରଭାବ ମଧ୍ୟ ଦୀର୍ଘ ସମୟ ଯାଏ ରହିବ ।