ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଦୈନିକ କରୋନା ସଂକ୍ରମଣଙ୍କ ସଂଖ୍ୟ ୨୦୦ ପାର ହୋଇଥିବା ବେଳେ ଗତ ୨ଦିନରେ ୪୬୦ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରୋଗିଙ୍କ ଦଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ଲହରରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି । ଦେଶରେ କରୋନା ସଂକ୍ରମଣ ୧୧ହଜାର ଟପିଥିବା ବେଳେ ଓଡ଼ିଶାରେ ବି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ୨୫୮ ଓ ଆଜି ୨୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨୯୩କୁ ବୃଦ୍ଧି ପାଇଛି। ଏହା ସହ ୧୭୩ଜଣ କୋଭିଡ ରୋଗୀ ସୁସ୍ଥ ହୋଇଥିବା କୁହାଯାଉଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦେଶକ ଡା.ଅଶୋକ ପାଇକରାୟ କହିଛନ୍ତି, ଚଳିତ ଲହରରେ ପୂର୍ବରୁ ଜଣେ ପ୍ରାଣ ହରାଇଥିଲେ। ଝାରସୁଗୁଡ଼ାର ଆଉ ଜଣେ ପ୍ରାଣ ହରାଇଥିବା ପରେ ଏଥର କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଝାରସୁଗୁଡ଼ାର ସଂପୃକ୍ତ ମହିଳାଙ୍କ ଏକାଧିକ ଜଟିଳ ରୋଗ ରହିଥିବା ଡା.ପାଇକରାୟ କହିଛନ୍ତି।