ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ୬୧୪ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ପୁଣି ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ ।

0

(ଦିଲ୍ଲୀ) : ଦେଶରେ ପୁଣି ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ତେବେ ଏହାରି ମଧ୍ୟରେ ପୁଣି ରାଜଧାନୀ ଦିଲ୍ଲୀକୁ ଫେରିଛି କରୋନା । ତେବେ ଗତ ୨୪ ଘଣ୍ଟାରେ ୬୧୪ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଦିଲ୍ଲୀର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ପ୍ରକାଶ କରାଯାଇଥିବା ସୂଚନାରୁ ଏହି ସଂଖ୍ୟା ଜଣାପଡ଼ିଛି ।

ତେବେ ରାଜଧାନୀରେ ବାରମ୍ବାର କରୋନାର ନୂଆ ମାମଲା ବଢି ବଢି ଚାଲିଛି । ସଂକ୍ରମଣର ଏହି ବେଗ ବାରମ୍ବାର ଚିନ୍ତା ବଢାଉଛି । ତେବେ କାହାର ବି ମୃତ୍ୟୁ ହୋଇନାହିଁ । ଯାହାକି ସଂକ୍ରମଣ ସ୍ତର ବଢି ୭.୦୬ପ୍ରତିଶତ ହୋଇଯାଇଛି । ଏଠାରେ ୪ମଇ ପରେ ସର୍ବାଧିକ ସଂକ୍ରମଣ ସ୍ତର ରହିଛି ।

୪ମଇରେ ସଂକ୍ରମଣ ସ୍ତର ୭.୬ପ୍ରତିଶତ ଅଧିକ ଥିଲା।  ଏହାସହ ବାରମ୍ବାର ୪ର୍ଥ ଦିନରେ ସହରରେ କୋଭିଡ଼-୧୯ର ସଂଖ୍ୟା ୬୦୦ରୁ ଅଧିକ ସାମ୍ନାକୁ ଆସିଛି । ସ୍ବାସ୍ଥ୍ୟ ବିଭାଗ ନିଜର ବୁଲେଟିନରେ କହିଛି କି ସୋମବାର ଆସିଥିବା ନୂଆ ମାମଲା ସହ ସଂଖ୍ୟା ବଢି ୧୯,୧୩,୪୧୨ହୋଇଯାଇଛି ଏବଂ ମୃତକ ସଂଖ୍ୟା ୨୬,୨୨୧ରେ ପହଞ୍ଚିଛି ।