(ମମତା ସାମଲ)ରିପୋର୍ଟସଟୁଡେ: ଚୀନ୍ରେ ଭୟଙ୍କର ସାଜିଥିବା କୋରୋନା ଭାଇରସ୍ରେ ମୃତକଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ଚୀନ୍ ସରକାରଙ୍କ ସୂଚନାନୁସାରେ ଏପର୍ୟ୍ୟନ୍ତ କୋରୋନା ଭାଇରସ୍ରେ ୪୯୨ ଲୋକଙ୍କ ମୃତ୍ୟୁ ହୋଇସାରିଛି ।
ଏହା ବ୍ୟତିତ ଜାପାନର ଏକ କ୍ରୂଜ୍ ଜାହାଜରେ ଯାତ୍ରା କରୁଥିବା ୧୦ ଜଣ କୋରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ସେହିପରି ଭାରତର ରାଜସ୍ଥାନର ଜୟପୁରରେ କୋରୋନା ଭାଇରସ୍ରେ ସଂକ୍ରମିତ ଆଶଙ୍କାରେ ତିଜି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛ ।
ଦକ୍ଷିଣ କୋରିଆର କାର ଉତ୍ପାଦନକାରୀ କମ୍ପାନୀ ହୁଣ୍ଡାଇ ମୋଟର୍ସ ଏବେ କିଛି ଦିନ ପାଇଁ କାର ଉତ୍ପାଦନ ବନ୍ଦ କରି ଦେଇଛି। କାରଣ କାରର ସାମଗ୍ରୀ ଚୀନରୁ ଆସିଥାଏ। ସେହିପରି କରୋନା ଭାଇରସ ପ୍ରଭାବରେ ଆହୁରି ଅନେକଗୁଡ଼ି କମ୍ପାନୀ ପ୍ରଭାବିତ ହୋଇଛନ୍ତି ।
ବିଶ୍ୱର ୨୭ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି। ଚୀନରେ ରହୁଥିବା ବିଦେଶୀ ନାଗରିକ ଓ ଛାତ୍ରମାନେ ସ୍ୱଦେଶକୁ ଫେରୁଛନ୍ତି। ଅନ୍ୟପକ୍ଷରେ ଭାରତ, ଆମେରିକା, ଜାପାନ, ଋଷିଆ, ପାକିସ୍ତାନ, ନେପାଳ, ବ୍ରିଟେନ ଆଦି ଦେଶଗୁଡ଼ିକ ଚୀନକୁ ବିମାନ ଉଡ଼ାଇବା କିଛି ଦିନ ପାଇଁ କଟକଣା ଜାରି କରିଛନ୍ତି।