ଭ୍ୟାକସିନ୍ ନେବା ପୂର୍ବରୁ କୌଣସି ପ୍ରକାର ଔଷଧ ଖାଇବା ଉଚିତ୍ ନୁହେଁ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

କରୋନାରୁ ରକ୍ଷା ପାଇବାର ଏକମାତ୍ର ବିକଳ୍ପ ହେଲା ଭ୍ୟାକସିନ୍ ନେବା। ତେବେ ଏବେ ମଧ୍ୟ ଅନେକ ଲୋକ ଅଛନ୍ତି ସେଦମାନେ ଏହାର ସାଇଡ ଇଫେକ୍ଟକୁ ଭୟ କରି ଭ୍ୟାକସିନ୍ ନେଉ ନାହାନ୍ତି।

0

(ଦିଲ୍ଲୀ) : କରୋନାରୁ ରକ୍ଷା ପାଇବାର ଏକମାତ୍ର ବିକଳ୍ପ ହେଲା ଭ୍ୟାକସିନ୍ ନେବା। ତେବେ ଏବେ ମଧ୍ୟ ଅନେକ ଲୋକ ଅଛନ୍ତି ସେଦମାନେ ଏହାର ସାଇଡ ଇଫେକ୍ଟକୁ ଭୟ କରି ଭ୍ୟାକସିନ୍ ନେଉ ନାହାନ୍ତି। ଭ୍ୟାକସିନରୁ ହେଉଥିବା ସାଇଡ୍ ଇଫେକ୍ଟ ସାଧାରଣ କିନ୍ତୁ କିଛି ଏଭଳି ଲୋକ ଅଛନ୍ତି ଏଥିରୁ ରକ୍ଷା ପାଇବାକୁ ପେନ୍ କିଲର୍ସ ଖାଇବ ଭ୍ୟାକସିନ୍ ନେବାକୁ ଯାଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଭ୍ୟାକସିନ୍ ନେବା ପୂର୍ବରୁ କୌଣସି ପ୍ରକାର ଔଷଧ ଖାଇବା ଉଚିତ୍ ନୁହେଁ।

ସୂଚନାନୁଯାୟୀ , ପେନ୍ କିଲର କେବଳ ଭ୍ୟାକସିନ୍ ନେବାପରେ ଖାଇବା ଦରକାର। ପେନ୍ କିଲର ଦରଜ ଓ ଫୁଲାକୁ କମ୍ କରିବାରେ କାମ କରିଥାଏ। ଏଥିରୁ ଅଧିକାଂଶ ଔଷଧ ନନ୍ ଷ୍ଟେରଏଡଲ ଆଣ୍ଟି-ଇନଫ୍ଲାମେଣ୍ଟରୀ (NSAIDs) ହୋଇଥାଏ, ଯେଉଁଥିରେ ଦରଜ କମ୍ କରୁଥିବା କେମିକାଲ ଥାଏ। ଏହା ଭିତରୁ ସବୁଠାରୁ ସାରଧାରଣ ଔଷଧ ହେଲା ପାରାସିଟାମୋଲ। ଏପରିକି ଏହି ପେନକିଲର ସବୁ ନିୟମିତ ଭାବରେ ନେବା ଠିକ୍ ନୁହେଁ। ଏହାଦ୍ବାରା ହୃଦଘାତ ଜନିତ ବିପଦ ବଢିଥାଏ। ଭ୍ୟାକସିନ୍ ନେବା ପୂର୍ବରୁ ଏଭଳି ଔଷଧ ନେବାର ପ୍ରଭାବ ସବୁବେଳେ ଭ୍ୟାକସିନର କ୍ଷମତା ଉପରେ ପ୍ରଭାବ ପକାଇବା ସହ ରୋଗ ପ୍ରତିରୋଧକ କ୍ଷମତା କମ୍ କରିଦେଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏ ସମ୍ପର୍କରେ ସୂଚନା ଦେଇଛି।