ଭୁବନେଶ୍ୱର : ବିଏମସି କର୍ପୋରେସନ ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ 12ଟି ପ୍ରସ୍ତାବ ରଖିଲେ। ମାନବିକତା ସହ ବିକାଶ କରିବାକୁ ଦେଲେ ପ୍ରସ୍ତାବ। କୌଣସି ଥଇଥାନ ବ୍ୟବସ୍ଥା ନକରି ଉଚ୍ଛେଦ ନ କରାଇବାକୁ ପରାମର୍ଶ ଦେଲେ ସାଂସଦ। ବିଏମସି ପ୍ରଶାସନ ବିକାଶ କାର୍ଯ୍ୟ କରିବା ଆଳରେ ଅନେକ ଉଠା ଦୋକାନୀ ସହ ବସ୍ତି ଘର ଗୁଡ଼ିକୁ ଉଚ୍ଛେଦ କରିଚାଲିଛି। ବିନା ଥଇଥାନରେ ଉଠାଦୋକାନୀ କି ବସ୍ତି ଉଛେଦ ନ କରିବା ପାଇଁ ସାଂସଦ ଆଜିର ବୈଠକରେ ସ୍ପଷ୍ଟ ଭାବେ ଦାବି କରିଛନ୍ତି । ଏହାସହ ଭୁବନେଶ୍ବରର ସମସ୍ତ ପୋଖରୀ ପୁନଃରୁଦ୍ଧାର , ଡ୍ରେନେଜ ସମସ୍ୟାର ସମାଧାନ ସହ ସମସ୍ତ ଡ୍ରେନକୁ ଗଙ୍ଗୁଆ ସହ ଯୋଡିବା ପାଇଁ ମାଷ୍ଟର ପ୍ଲାନ , ପ୍ରତି ୱାର୍ଡରେ ପାର୍କ ସହ ଜିମ ପ୍ରତିଷ୍ଠା , ପ୍ରତି ୱାର୍ଡରେ ଥିବା ମେଡିକାଲକୁ ବିଏମସି ମେୟର ଓ କମିଶନର ଅଚାନକ ଗସ୍ତ କରି ପରିଦର୍ଶନ କରିବା ସହ ମେଡ଼ିକାଲରେ ସମସ୍ତ ସୁବିଧା ଯୋଗାଇବା , ରାଜଧାନୀରେ ଏୟାର କଣ୍ଡିସନ ହାତ ପ୍ରତିଷ୍ଠା କରିବା ସହ ୟୁନିଟ -1 ହାଟର ଉନ୍ନତିକରଣ, ମଶାଙ୍କ ଉପଦ୍ରବ କମାଇବା ସହ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ମାଷ୍ଟର ପ୍ଲାନ ଏବଂ ବିଏମସି ପକ୍ଷରୁ ସ୍ୱତନ୍ତ୍ର ସିଟିଜେନ ଚାପ୍ଟର ପ୍ରସ୍ତୁତ କରିବା ପାଇଁ ସାଂସଦଙ୍କ ଅପରାଜିତ ଷଡ଼ଙ୍ଗୀ ବିଏମସି କର୍ପୋରେସନ ବୈଠକରେ ପ୍ରସ୍ତାବ ଦେଇଛନ୍ତି ।