ଖୋର୍ଦ୍ଧା ଅବକାରୀ ବିଭାଗର ଚଢାଉ ୩ ଗିରଫ

0

(ଶେଖ୍ ଅରଶଦ୍ ଉଲ୍ ହକ୍)ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ସଦର ଥାନା ଏବଂ ଜଙ୍କିଆ ଥାନା ଅଂଚଳରେ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଛତିପୁର ଗ୍ରାମର ବାସୁଦେବ ନିଶଙ୍କ ନିକଟରୁ ୪.୫ ଲିଟର ବିଦେଶୀ ମଦ ଜବତ କରାଯାଇ ପି.ଆର. ନମ୍ବର ୬୧/୨୦୧୮-୧୯ରେ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିବା ବେଳେ ନରଣଗଡ଼ ଗ୍ରାମର ଶାନ୍ତି ଭୁଜବଳଙ୍କ ନିକଟରୁ ୧୫.୬ ଲିଟର ବିୟର ଜବତ କରାଯାଇ ପି.ଆର ନମ୍ବର ୬୨/୨୦୧୮-୧୯ରେ କୋର୍ଟ ଚାଲଣ କରାଯାଇଛି । ଖୋର୍ଦ୍ଧା ସଦର ଥାନା ଅଧିନସ୍ଥ ଗଡ଼ଗୁଡ଼ୁମ ଗ୍ରାମର ଅରକ୍ଷିତ ରଣସିଂହଙ୍କ ନିକଟରୁ ୩ ଲିଟର ଦେଶୀ ମଦ ଜବତ କରିବା ସହ ପି.ଆର ନମ୍ବର-୮୩/୨୦୧୮-୧୯ରେ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ଏ ସମସ୍ତ ଚଢାଉ ଖୋର୍ଦ୍ଧା ଅବକାରୀ ବିଭାଗର ଇନିସ୍ପେକ୍ଟର ରଞ୍ଜନ କୁମାର ନାୟକଙ୍କ ନେତୃତ୍ୱରେ କରାଯାଇଥିବା ବେଳେ ତାଙ୍କ କାର୍ଯ୍ୟାଳୟର କର୍ମ•ରୀମାନେ ଏହି ଚଢାଉରେ ସହଯୋଗ କରିଥିଲେ ।