କର୍ଣ୍ଣାଟକରେ ଜାରି ରହିଛି ଭୋଟ ଗଣତି ବହୁ ଆଗରେ କଂଗ୍ରେସ

0

କର୍ଣ୍ଣାଟକରେ ଚାଲିଛି ବିଧାନସଭା ଭୋଟ ଗଣତି ଜାରି ରହିଥିବା ବେଳେ ବହୁ ଆଗରେ ରହିଛି କଂଗ୍ରେସ । ୮୦ ପାଖାପାଖି ଅଟକିଛି ବିଜେପି । ବର୍ତ୍ତମାନର ଟ୍ରେଣ୍ଡ ସୁଦ୍ଧା କଂଗ୍ରେସ ୧୧୭, ବିଜେପି ୭୭, ଜେଡିଏସ ୨୫ ଏବଂ ଅନ୍ୟାନ୍ୟ ୫ । ବରୁଣା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଗୁଆ ଅଛନ୍ତି । ସେହିପରି ଶିଗାଓଁ ଆସନରୁ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ, କନକପୁରା ଆସନରୁ କର୍ଣ୍ଣାଟକ ପିସିସି ସଭାପତି ଡି.କେ ଶିବକୁମାର , ଶିକାରୀପୁରାରୁ ୟେଦିୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର, ଚନ୍ନାପାଟଣା ଆସନରୁ ଡେଜିଏସ ମୁଖ୍ୟ କୁମାରସ୍ୱାମୀ ଆଗୁଆ ରହିଛନ୍ତି ।