ଚାଲିଛି ଭୋଟ୍ ଗଣନା: ବାହାରିବ ନିର୍ବାଚନ ଫଳାଫଳ

0

ନୂଆଦିଲ୍ଲୀ: ସେପ୍ଟମ୍ବର ୫ ମଙ୍ଗଳବାର ଦିନ ୬ ରାଜ୍ୟର ୭ ବିଧାନସଭା ଆସନପାଇଁ ଭୋଟ୍ ଗ୍ରହଣ ହୋଇଥିବାବେଳେ ଆଜି ଉପନିର୍ବାଚନ ଫଳାଫଳ ଏହି ବାହାରିବ । ବିଜେପି ନେତୃତ୍ଵାଧୀନ ଏନଡିଏ ଓ ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ଏହା ପ୍ରଥମ ନିର୍ବାଚନ ଲଢେଇ ହୋଇଥିବାବେଳେ କାହା ସପକ୍ଷରେ ଜନମତ ରହିଛି ତାହା ଏବେ ସସ୍ପେନ୍ସ ରେ ରହିଛି ।
ତେବେ ୫ ଆସନରେ ବିଧାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନିଜ ଆସନରୁ ଇସ୍ତଫା ଦେଇଥିଲେ । ପରେ ଏହି ଉପନିର୍ବାଚନ ୬ ରାଜ୍ୟର ୭ ବିଧାନସଭା ଆସନପାଇଁ ହୋଇଥିଲା । ଯାହା ଝାଡଖଣ୍ଡର ଡୁମରି ଓ ବକ୍ସରନଗର, ତ୍ରିପୁରାର ଧାନପୁର, ଉତ୍ତରାଖଣ୍ଡର ବାଗେଶ୍ବର ଓ କେରଳର ପୁଥୁପଲ୍ଲୀ, ପଶ୍ଚିମବଙ୍ଗର ଧୁପଗୁରୀ, ଉତ୍ତରପ୍ରଦେଶର ଘୋଶି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ପଶ୍ଚିମବଙ୍ଗର ଧୁପଗୁଡି ଆସନରେ ବିଜେପି, ଟିଏମସି ଓ କଂଗ୍ରେସ ସମର୍ଥିତ ସିପିଆଇ ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇଛି । ୪ଟି ରାଜ୍ୟରେ ବିଜେପି ଓ ବିରୋଧୀ ମେଣ୍ଟ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଧୁପଗୁଡି ଓ ପୁଥୁପଲ୍ଲୀରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ପରସ୍ପର ମୁହାଁମୁହିଁ ହୋଇଛନ୍ତି । ସେପ୍ଣଙ୍କ କେରଳରେ କଂଗ୍ରେସ ଏବଂ ବାମ ଦଳ ମୁହାଁମୁହିଁ ହୋଇଛନ୍ତି । ତେବେ ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ,ଭାଟ ଗଣନା ଜାରି ରହିଛି ।