ପାନାଜି: କରୋନା ମହାମାରୀ ନ୍ୟାୟିକ ପ୍ରକ୍ରିୟା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିବା ସହ କୋର୍ଟରୁମକୁ ଆଧୁନିକତା ଆଡକୁ ବାଟ କଢେଇ ନେଇଛି ବୋଲି ଆଜି ଭାରତର ମୁଖ୍ୟ ବିଚାରପତି ଏସ ଏ ବୋବଡେ କହିଛନ୍ତି । ସେ ଆହୁରି କହିଛନ୍ତି ବୈଷୟିକ ଜ୍ଞାନ କୌଶଳ ପାଇଁ ଭବିଷ୍ୟତରେ କୋର୍ଟ ରୁମ ଓ କୋର୍ଟ କମ୍ପେ୍ଲକ୍ସ ଛୋଟ ହୋଇଯିବ । ବମ୍ବେ ହାଇାକୋର୍ଟର ଗୋଆ ବେଞ୍ଚର ନୂଆ କୋଠା ଉଦ୍ଘାଟନୀ ଅବସରରେ ସେ ଏହା କହିଛନ୍ତି । ଏହି କୋଠାଟି ପୋଭୋରିମଠାରେ ନିର୍ମିତ ହୋଇଛି । ଏହି ଉତ୍ସବରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଉପସ୍ଥିତ ଥିଲେ ।
ବୋବଡେ କହିଛନ୍ତି, ଭବିଷ୍ୟତରେ ଛୋଟ କୋର୍ଟ ରୁମର ଧାରା ମୁଁ ଦେଖିପାରୁଛି । ଏହା ସମ୍ଭବ ହୋଇଛି ରବି ଶଙ୍କରଙ୍କ ମନ୍ତ୍ରଣାଳୟ ପାଇଁ । ଡାଟା ଓ ଇ ଫାଇଲ ବ୍ୟବସ୍ଥା ପାଇଁ ବୃହତ ଓ ବହୁତ ସଂରକ୍ଷଣ ରୁମର ଆବଶ୍ୟକତା କମିଯିବ, ଯାହା କାଗଜପତ୍ର ସଂରକ୍ଷଣ ପାଇଁ ଆବଶ୍ୟକ ହୋଇଥାଏ । ଏହା ସର୍ବନିମ୍ନ ମନଦଣ୍ଡର ସଂଗଠିତ କାର୍ଯ୍ୟପଦ୍ଧତିକୁ କାର୍ଯ୍ୟକାରୀ କରିବ ବୋଲି ବୋବଡେ ତାଙ୍କ ଭାଷଣରେ କହିଛନ୍ତି ।