(ଶିଳାସ୍ମିତା ରାୟ) ଭୁବନେଶ୍ୱର: କୋଲକାତା ହାଇକୋର୍ଟ ସାରଦା ଚିଟ ଫଣ୍ଡ ମାମଲାରେ ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରୀ ପ୍ରତିବନ୍ଧକକୁ ହଟାଇଛନ୍ତି । ଏହାପରେ ସିବିଆଇ ତାଙ୍କୁ ଗିରଫ କରିପାରିବ। ତେବେ ହାଇକୋର୍ଟ ସିବିଆଇକୁ ସ୍ପଷ୍ଟ କରିଛନ୍ତି କି ରାଜୀବଙ୍କ ଗିରଫଦାରୀ ସଠିକ ହୋଇଥିବା ଆବଶ୍ୟକ ।
ମଇ ୨୦୧୪ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ସୁଦୀପ୍ତ ସେନଙ୍କ ସାରଦା ଗ୍ରୁପ ସହିତ ଅନ୍ୟ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ । ପ୍ରାୟ ୨୫୦୦ କୋଟି ଟଙ୍କା ଲୁଟି ନିଆଯାଇଥିଲା । ରାଜୀବ କୁମାର ୨୦୧୩ ମସିହାରେ ବିଧାନନଗର ଏସପି ଥିବା ସମୟରେ ଏହି ଘୋଟାଲା ଗୁମର ଖୋଲିଥିଲା ।
୧୯୮୯ ବ୍ୟାଚର ଆଇପିଏସ ଅଫିସର ରାଜୀବ କୁମାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ନିକଟତର । ରାଜୀବ କୁମାର ୨୦୧୩ରେ ସାରଦା ଚିଟଫଣ୍ଡ ଘୋଟଲା ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସ୍ପେସାଲ ଇନଭେଷ୍ଟିକେସନ ଟିମର ଅଧ୍ୟକ୍ଷ ଥିଲେ । ରାଜୀବଙ୍କ ଉପରେ ଯାଞ୍ଚ ସମୟରେ ତଦନ୍ତରେ ହେରଫେର କରିବାର ଅଭିଯୋଗ ରହିଛି ।