ରାଇରଙ୍ଗପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

0

(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ ) : ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲା ଓ ଦୋରାଜଜ କୋର୍ଟ ପରିସରରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୁପ ରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଶୀଳନ ହୋଇଥିଲା । ଏସଡିଜିଏମ କୋର୍ଟରେ ୬୬ ଟି ମାମଲାର ମଧ୍ୟରୁ ୪ ଟି ଫଇସଲା ହୋଇଥିଲା । ସେହିଭଳି ସବଜଜ କୋର୍ଟରେ ୫୫ ଟି ମାମଲା ରୁ ୧ ଟି ର ଫଇସଲା ହୋଇଥିଲା । ସମୁଦାୟ ୫ ଟି ମାମଲାର ଫଇସଲା ହୋଇଥିବା ବେଳେ ୧,୯୪,୮୨୦ ଟଙ୍କା ଜୋରିମାନା ଆଦାୟ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଏଡିଜେ ଅନୁପ ରଂଜନ ପଟ୍ଟନାୟକ, ସବଜଜ୍ ଜୀବନ ପଟ୍ଟନାୟକ, ଏସଡିଜିଏମ୍ ସତ୍ୟବ୍ରତ ରଣା ଏବଂ ଜେଏମଏଫସି ଝିଲିଲିନା ନାୟକ ପ୍ରମୁଖ ଶୁଣାଣୀ କରିଥିଲେ । ପରିଚାଳନାରେ ଲକ୍ଷ୍ମଣ ମାର୍ଣ୍ଡି ଏବଂ କୋର୍ଟରେ ଅନ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।