ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

0

କେନ୍ଦୁଝର:୩ଦିନିଆ କେନ୍ଦୁଝର ଗସ୍ତରେ  ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ଆଜି ସେ ସ୍ଥାନୀୟ ସର୍କିଟ ହାଉସ ଠାରେ  ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ରାଜସ୍ୱ ଅମଲା ସଂଘର ଏକ ପ୍ରତିନିଧି  ଦଳଙ୍କ ସହ ସାକ୍ଷାତ କରିଛନ୍ତି ।  ସାକ୍ଷାତ ସମୟରେ ସଙ୍ଘ ର ବିଭିନ୍ନ ସମସ୍ୟା ଓ ଦାବି ବିଷୟରେ ଆଲୋଚନା କରିଥିଲେ ।  ବିଶେଷ କରି ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ଙ୍କ ପଦବୀ ପୁନର୍ଗଠନ ଏବଂ ଦରମା ବୃଦ୍ଧି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ l ଏହି ସାକ୍ଷାତ ସମୟରେ    କେନ୍ଦୁଝର ଜିଲ୍ଲା ରାଜସ୍ୱ ଅମଲା ସଂଘର ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର, ସମ୍ପାଦକ ପ୍ରଭେଦନ୍ଦୁ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ରଣା, ଉପ ସଭାପତି ଶଚିନ ପଣ୍ଡା, ରାଜ୍ୟ ପରିଷଦ ଉପଦେଷ୍ଟା କୈଳାଶ ଚନ୍ଦ୍ର ମଲ୍ଲିକ, ଭୁବନେଶ୍ବର ମହାପାତ୍ର, ପୀତବାସ ମହନ୍ତ, ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l