(ମାଲକାନଗିରି) ; ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେଲାଗିଛି । ତେବେ ଆଜି ରାଜ୍ୟରେ ନୂଆ ସଂକ୍ରମଣଙ୍କ ସଂଖ୍ୟା ୪୦୦ ପାର କରିଥିବା ବେଳେ ତାହା ଏବେ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ସେ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ । ତେବେ ସଂକ୍ରମଣକୁ ଆଖିଆଗରେ ରଖି ମାଲାକାନଗିରି ଜିଲ୍ଲାପ୍ରଶାସନ ପୁୁଣି କୋଭିଡ କଟକଣାକୁ କଡାକଡିି କରିଛି , ଜିଲ୍ଲାରେ ସାଂସ୍କୃତିିକ କାର୍ଯକ୍ରମ , ପୂଜା ମେଳା ଆଦି ବନ୍ଦ ରହିବା ନେଇ ସୁଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ଦୋକନୀ ଓ ବ୍ୟବସାୟୀ ମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୁଳକ । ଏବଂ ମାସ୍କ ପିନ୍ଧି ନଥିବା ଲୋକଙ୍କୁ ୫୦୦ ରୁ ୧ ହଜାର ପର୍ଯ୍ୟନ୍ତ ଜରିମାନା । ତେବେ କୋଭିିଡ କଟକଣାକୁ ନ ମାନି ହୋଟେଲ ରେଷ୍ଟୁରାଣ୍ଟ ଭିଡ ହେଲେ ସିଲ କରାଯିବା ନେଇ କଡା ଚେତାବନୀ ଦେଇଛନ୍ତି ମାଲକାନଗିରି ଜିିଲ୍ଲା ପ୍ରଶାସନ ।