ଦେଶରେ କରୋନା ସ୍ଥିତି ଖରାପରୁ ଅତି ଖରାପ ଆଡକୁ ଗତିକରୁଛି: ମନ୍ତ୍ରୀ

0

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଖରାପରୁ ଅତି ଖରାପ ଆଡକୁ ଗତିକରୁଛି । ସ୍ଥିତି ଉଦବେଗଜନକ ହେବାରେ ଲାଗିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳବାର କହିଛନ୍ତି । ଏଥିସହ ରାଜ୍ୟଗୁଡିକୁ ଆରଟି ପିସିଆର ଟେଷ୍ଟକୁ ତ୍ୱରାନ୍ୱିତ କରିବା ସହ ସଂଗରୋଧ ବଢାଇବା, କଣ୍ଟାକ୍ଟ ଟ୍ରେସିଂ ଓ ଚିକିତ୍ସା କ୍ଷେତ୍ରରେ ସମ୍ବଳ ବୃଦ୍ଧିକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମଙ୍ଗଳବାର ସକାଳ ୮ଟା ପର୍ଯ୍ୟନ୍ତ ଦେଶରେ ୫୬,୨୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇ ମୋଟ ସଂକ୍ରମିତ ସଂଖ୍ୟା ୧କୋଟି ୨୦ ଲକ୍ଷ ଛୁଇଁଛି । ସେମଧ୍ୟରୁ ୫ ଲକ୍ଷ ୪୦ ହଜାର ଆକ୍ଟିଭ କେଶ ରହିଥିବା ବେଳେ ୧ କୋଟି ୧୩ ଲକ୍ଷ ସୁସ୍ଥହୋଇଛନ୍ତି । ଆଜି ଦେଶରେ ୨୭୧ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି, ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧,୬୨ ଲକ୍ଷରେ ପହଞ୍ଚିଛି ।
ଦେଶରେ ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ସମେତ ୮ଟି ରାଜ୍ୟରେ ଦେଶର ୮୪.୫ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇ ଏହା ୬୮,୦୨୦ରେ ପହଁଚିଛି ବୋଲି ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ । ସୋମବାର ଦିଲ୍ଲୀରୁ ୧,୯୦୦ ନୂଆ କେଶ ଚିହ୍ନଟ ହୋଇଥିଲା ।ା