ସାଲେପୁର/ତାରାକାନ୍ତ ନାୟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କୂଳିଆ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ସ୍ୱାସ୍ଥ୍ୟକର୍ମୀ କଲ୍ୟାଣୀ ମହାନ୍ତି ଜିଲ୍ଲା ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନିଜର କାର୍ୟ୍ୟ ଦକ୍ଷତା ପାଇଁ ଜିଲ୍ଲାପାଳ ଏବଂ ମନ୍ତ୍ରୀଙ୍କ ଦ୍ଵାରା କୋଭିଡ୍ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା। ଏଥି ପାଇଁ ଶ୍ରୀମତୀ ମହାନ୍ତି ଉକ୍ତ ଅଞ୍ଚଳର ଗର୍ବ ଗୌରବ ହୋଇ ଥିବାବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଏବଂ ଡାକ୍ତର ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ୩୨ବର୍ଷ ଧରି ବିନା ଦ୍ୱିଧାରେ ନିଷ୍ଠାପର ଭାବେ ସେବା କରୁଥିଲେ। ମହାମାରୀ କରୋନା ପାଇଁ ଜନ ଜାଗରଣ ଆଣିବା ପାଇଁ ସେ କାର୍ୟ୍ୟ କରୁଥିଲେ। ତେଣୁ ତାଙ୍କୁ ବାରବାଟୀ ଷ୍ଟାଡିୟମରେ ଜିଲ୍ଲାପାଳ ଏବଂ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।