କୋଭିଡ ଟୀକା ନେଲା ପରେ ମୃତ୍ୟୁ ଅଭିଯୋଗ

0

କଳାହାଣ୍ଡି/ଗୋଲାପ ସାହୁ: କୋଭିଡ ଟୀକା ନେଇ ଆସିବା ବେଳେ ମହିଳାଙ୍କ ମୃତ୍ୟୁ । ଯାହାକୁ ନେଇ ପରିବାର ପକ୍ଷରୁ ଉତ୍ତେଜନା ଦେଖା ଦେଇଛି। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ବିଜିମରା ଗ୍ରାମପଞ୍ଚାୟତ ମାଠିଆ ପଡା ର ବିନୋଦିନି ସାଗର(୨୮) କୋଭିଡ ଟୀକା ନେବା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ତାଙ୍କ ସ୍ୱାମୀ ଭୀଷ୍ମ ସାଗର ସହ ଯାଇଥିଲେ।କିନ୍ତୁ ଟୀକା ନେଇ କିଛି ସମୟ ଗଲା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।।ତେବେ ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।