ସୁବର୍ଣ୍ଣପୁର: ରାଜରାସ୍ତାରେ ବେଧଡକ ଚାଲିଛି ଗୋଚାଲାଣ । ଗୋଚାଲାଣ କାରୀଙ୍କୁ ଯେତେ ତାଗିଦ କଲେ ମଧ୍ୟ ଚାଲାଣ ବୃଦ୍ଧି ପାଉଛି । ଗତକାଲି କଟକ ଜଗତପୁରରେ ଏକ କଣ୍ଟେନରରେ ଗୋ ମାଂସ ଜବତ ହୋଇଥିଲା ବେଳେ ସେହିପରି ଆଜି ଗୋ ଚାଲାଣ ଗାଡି ଧରିବା ନେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସକୁ ବଡ଼ ସଫଳତା ମିଳିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ଦେଇ ସମ୍ବଲପୁର ପଟରୁ ପଶ୍ଚିମବଙ୍ଗକୁ ଦୁଇଟି ୧୬ ଚକିଆ ଟ୍ରକରେ ୮୦ ଗୋରୁ ଚାଲାଣ ହେଉଥିଲା ଓ ହେଲେ ଖବର ପାଇ ମହାନଦୀ ବ୍ରିଜରୁ ଏଇ ଦୁଇଟି ଯାକ ଟ୍ରକକୁ ବିନିକା ପୁଲିସ ପିଛାକରି ଉଲୁଣ୍ଡା ଥାନା ସିଣ୍ଡୋଲରେ ଟ୍ରକକୁ ଅଟକାଇଥିବା ବେଳେ ଗାଡ଼ି ଛାଡ଼ି ଜଣେ ଟ୍ରକ ଡ୍ରାଇଭର ଫେରାର ମାରିଥିବା ବେଳେ ଜଣେ ଟ୍ରକ ଡ଼୍ରାଇଭରକୁ ପୁଲିସ ଗିରଫ କରିଛିଓଏପଟେ ଗୋରୁମାନଙ୍କୁ ବିନିକା ଥାନା ପିତେଇପାଲି ଗଜବନ୍ଧ କାମଧେନୁ ଗୋ ସେବାଶ୍ରମରେ ଉଦ୍ଧାର କରି ଛାଡ଼ିଛି ପୁଲିସ ଓ ଏନେଇ ସୂଚନା ଦେଇଛନ୍ତି ବିନିକା ଥାନା ଏଏସଆଇ ଅନୀଲ ବେହେରା ସୂଚନା ଦେଇଛନ୍ତି।