ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: କରୋନା ମହାମାରୀରେ ସାମାଜିକ ଅବସ୍ଥା ବିଗିଡିଯିବା ସ଼ହ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଦର ଆହେତୁକ ବୃଦ୍ଧି କରିଛନ୍ତି ।ଯାହାର ପ୍ରଭାବ ପରିବହନ କ୍ଷେତ୍ରରେ ପଡିଛି। ଯାହାକୁ ନେଇ ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ଆକାଶ ଛୁଆଁ ବଢିଚାଲିଛି । ପେଟ୍ରୋଲ ଦର ଶତକ ଉପରେ । କେନ୍ଦ୍ର ସରକାରଙ୍କ ଅତିରିକ୍ତ ଟେକ୍ସ ଏବଂ ରାଜ୍ୟ ସରକାରଙ୍କ’ ଭାଟ୍’କୁ ମିଶାଇ ବିଶ୍ୱରେ ଭାରତରେ ସବୁଠାରୁ ଅଧିକ ଟେକ୍ସ ଆଦାୟ କରାଯାଉଛି ।ଏହାକୁ ନେଇ ନିତ୍ୟ ବ୍ୟବ୍ୟହାର୍ଯ୍ୟ ଜିନିଷ ଦର ଶତକଡା ୭୦ ଭାଗ ବୃଦ୍ଧି ପାଇଛି । ସରକାରଙ୍କର ଏଭଳି ଜନମାରଣ ନୀତି ଉପରେ ବାମପନ୍ଥୀ ଦଳ ସିପିଆଇ, ସିପିଆଇଏମ, ଫରଓ୍ବାର୍ଡ ବ୍ଲକ, ସିପିଆଇ (ଏମ ଏଲ), ଆରଏସପି ଦଳ ପକ୍ଷରୁ ଜୁନ ୧୬ରୁ୩୦ ତାରିଖ ଯାଏଁ ଦେଶବ୍ୟାପୀ ଆନ୍ଦୋଳନ ଡକାଯାଇଛି । ସେହି ନିଷ୍ପତ୍ତି ଅନୁସାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ବଡଡାଳିମାଠାରେ ମଙ୍ଗଳବାର ଦିନ ଜିଲ୍ଲାର ତଥା ତିରିଂ ମାଟିର ଲଢୁଆ ସଂଗ୍ରାମୀ ବରିଷ୍ଠ ନେତା କମ୍ରେଡ ତ୍ରିନାଥ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ପେଟ୍ରୋଲ-ଡିଜେଲ ଓ ଦୈନିକ ବ୍ୟବହାର ଜିନିଷ ଦରବୃଦ୍ଧି ଭଳି ଜନମାରଣ ନୀତି ଅବଲମ୍ବନ ପ୍ରତ୍ୟାହର କରିବା ସହ ତେଲ ଦର ଉପରେ ଟେକ୍ସ ୧୦ ଟଙ୍କା ହ୍ରାସ କରିବା ପାଇଁ ଦାବି କରିଛନ୍ତି ।
ରାଇରଙ୍ଗପୁର-ତିରିଂ ରାସ୍ତାରେ ଲୁହାପଥର ଟ୍ରକର ବେପରୁଆ ଚାଳନା ଯୋଗୁଁ ଜନଜୀବନ ନଷ୍ଟ ହେବା ନେଇ ଟ୍ରକ ଚାଳକଙ୍କ ଉପରେ ଅଙ୍କୁଶ ଲଗାଇ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।ତିରିଂ ଅଂଚଳରେ ଜୁଆ, କୁକୁଡା ଲଢାଇ, ନିଶା ବେପାର , ଚୋରା ବାଲି ପଥର, ଲୁହାପଥରଚାଲାଣ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନନେଇ ଭର୍ତ୍ସନା କରିଥିଲେ । ଯାହାଫଳରେ ତିରିଂ ଭଳି ଶାନ୍ତ ଅଂଚଳ ଦିନକୁ ଦିନ ଗୋଳିଆ ହେଉଛି ।ଏଥିରେ ବିଜେଡି,ବିଜେପି,ସ୍ଥାନୀୟ ପୋଲିସ ସମସ୍ତେ ଏକ ହୋଇ ଯାଇଛନ୍ତି ବୋଲି କମ୍ରେଡ ଗଣମାଧ୍ୟ ସମ୍ମୁଖରେ କହିଛନ୍ତି ।ଏହି ପ୍ରତିବାଦ ସଭାରେ ପାରାଉ ହାଁସଦା, ସିପିଆଇର ଧନୁରାମ ମାର୍ଣ୍ଡି,ଦୁର୍ଗା ମାର୍ଣ୍ଡି,ସଂଜୟ ପାତ୍ର,ଚନ୍ଦ୍ର ମୋହନ ମୁର୍ମୁ ସମେତ କୋଭିଡ ନିୟମକୁ ପାଳନ କରି ଅଳ୍ପ ସଂଖ୍ୟକ ସାମିଲ ହୋଇଥିଲେ ।