ମାରୁତି ଗୋଦାମରେ ଅଗ୍ନିକାଣ୍ଡ ଘଟି ୧୬ କାର ପାଉଁଶ

0

ବ୍ୟୁରୋ: ମାରୁତି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଜଳି ପାଉଁଶ ହୋଇଗଲା ୧୬ଟି କାର । ଏପରି ଭୟଙ୍କର ଘଟଣା ଘଟିଛି ଉତ୍ତପ୍ରଦେଶର ଜିଟି ନିକଟସ୍ଥ ଏକ ମାରୁତି ଗୋଦାମରେ ।
ସୂଚନା ଅନୁଯାୟୀ, ୧୧ କେଭି ବିଦ୍ୟୁତ୍ ତାର ହଠାତ୍ ଛିଣ୍ଡି ପଡ଼ି ସେଠାରେ ଥିବା କାର୍ଗୁଡ଼ିକ ଉପରେ ପଡ଼ିଥିଲା। ଫଳରେ କାର୍ ଭିତରେ ଥିବା ସିଏନ୍ଜି ସିଲିଣ୍ଡର ଫାଟିଯିବାରୁ ଜୋର୍ଦାର ବିସ୍ଫୋରଣ ହୋଇଥିଲା। ଏହି ଅଗ୍ନିକାଣ୍ଡକୁ ନେଇ ଘଟଣାସ୍ଥଳରେ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ନିଆଁ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା କାର୍ଗୁଡ଼ିକ ଏହା ସଂସ୍ପର୍ଶରେ ଆସିଯାଇଥିଲା। ଅଗ୍ନିକାଣ୍ଡରେ କ୍ଷୟକ୍ଷତି ହୋଇଥିବା କାର୍ଗୁଡ଼ିକର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଖବର ପାଇ ଆଖପାଖର ୭ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗି ପଡ଼ିଥିଲେ। କୁହାଯାଉଛି, ଗ୍ୟାରେଜ୍ରେ ୪୦୦ ଗାଡ଼ି ଥିଲା। ଅଗ୍ନିଶମ ବାହିନୀ ୨ ଘଣ୍ଟା କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।