ଏସ ସି ବିରେ କ୍ରେନ୍ ଛିଡି ୩ ଗୁରୁତର

0

କଟକ: କଟକ ଏସ ସି ବି ସମ୍ପ୍ରସାରଣ ପ୍ରକଳ୍ପ କାମ ବେଳେ ଅଘଟଣ । ୧୦ ମହଲା ଉପରକୁ ନିର୍ମାଣ ଜିନିଷ ଉଠାଇବା ବେଳେ ଛିଡିଲା କ୍ରେନ । କେନ ଛିଡିବା ସ୍ଥାନରେ ପଚାଶରୁ ଅଧିକ ଶ୍ରମିକ କାର୍ଯ୍ୟରତ ଥିଲେ । ସେଠାରେ ୩ଶ୍ରମିକ ଗୁରୁତର ଥିବା କୁହାଯାଉଥିବା ବେଳେ ଗୁରୁତରଙ୍କୁ ଏସସିବି କାଜୁଆଲଟିରେ ଭତ୍ତି କରାଯାଇଛି । କ୍ଷୟକ୍ଷତି ସମ୍ପର୍କରେ କର୍ତ୍ତୃପକ୍ଷ କୌଣସି ସୂଚନା ନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।