ରାଇରଙ୍ଗପୁର: ଓଡିଶା ସରକାରଙ୍କ ଓମ୍ବାଡିସି କାର୍ୟ୍ୟକ୍ରମ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାରେ ସାରସକଣା, ବିଶୋଇ, ବିଜାତଳା, ବହଳଦା, ତିରିଂ, ରାଇରଙ୍ଗପୁର, ଜକ୍ଷମଦକ୍ଷ, କୁସୁମୀ ଆଦି ଆଠ ଗୋଟି ବ୍ଲକରେ ୨୩୯ ଗୋଟି ପୃଷ୍ଟି ବାଧିତ ଚିହ୍ନଟ ଗ୍ରାମରେ ୫୦୦୦ ରୁ ଉର୍ଦ୍ଧ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ କ୍ରେଚ୍ କେନ୍ଦ୍ର ଆର.ଡି.ଏ.ସି. ପ୍ରକଳ୍ପ କାର୍ୟ୍ୟକାରୀ ସଂସ୍ଥା ମାଧ୍ୟମରେ ଚାଲୁ ଅଛି କ୍ଷ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀ ମାନେ ୮ ଗୋଟି ବ୍ଲକର ବି.ଡି.ଓ, ସି.ଡି.ପି.ଓ , ବ୍ଲକ ଚେୟାରମ୍ୟାନ , ଉପସଭାପତି ପଞ୍ଚାୟତିରାଜ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା, ତଥା ଗ୍ରାମର ମାନ୍ୟଗନ୍ୟ ବରିଷ୍ଠ ନାଗରିକ ଓ ଶିକ୍ଷାବୀତ ମାନେ ଏହି କ୍ରେଚ୍ କେନ୍ଦ୍ର ଗୁଡିକର ଉଦ୍ଘାଟନ କରିଛନ୍ତି କ୍ଷ ତତମଧ୍ୟରେ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ ଆଇ.ଏ.ଏସ. ଉପଜିଲ୍ଲାପାଳ ରାଇରଙ୍ଗପୁର, ରାଇରଙ୍ଗପୁର ବ୍ଲକ ର ହଳଦକ୍ଷ ଗ୍ରାମରେ, ସମସ୍ତ ବ୍ଲକ ବି.ଡି ଓ , ସି .ଡି .ପି.ଓ , ପଞ୍ଚାୟତ ସମିତି ଅଧ୍ୟକ୍ଷ , ଉପାଧ୍ୟକ୍ଷଙ୍କ ସମେତ ଶ୍ରୀ ନାରାୟଣ ବେହେରା ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ସକ୍ଷରସକଣା ବ୍ଲକରେ ଏକଡାଳି ଗ୍ରାମରେ, ଶ୍ରୀମତୀ ମମତା ମୟୀ ବିଶ୍ୱାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ନୂଆଗାଁ ଗ୍ରାମରେ, ଶ୍ରୀ ମନୋରଥ ଜଗନ୍ନାଥ, ଡି.ପି.ଏମ. ମମତା ଓ ସୁଭଦ୍ରା ଯୋଜନା ବଣସକ୍ଷହି କ୍ରେଚ୍ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି କ୍ଷ ସମାଜର ସବୁ ସ୍ତର ଲାଭାର୍ଥୀଙ୍କର ସହଯୋଗ ଓ ଯୋଗଦାନକୁ ପ୍ରାଧାନ୍ୟ ଦିଆଯାଇ, ୨୩୯ ଟି ଗ୍ରାମରେ ୫୦୦୦ ରୁ ଉର୍ଦ୍ଧ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କ୍ରେଚ୍ କେନ୍ଦ୍ରରେ ୨ ଜଣ ମହିଳା କ୍ରେଚ୍ କର୍ମୀ ନିଯୁକ୍ତି ପାଇଥିବା ସ୍ଥଳେ ଗ୍ରାମର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଗ୍ରାମର ମହିଳା ସ୍ୱୟଂ ସହାୟିକା ନେତ୍ରୀ ଓ ଗ୍ରାମ ୱାର୍ଡମେମ୍ବର କ୍ରେଚ୍ କେନ୍ଦ୍ର ର ପରିଚାଳନା ଓ କାର୍ୟ୍ୟକ୍ରମର ତଦାରଖ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ କ୍ଷ
ସୂଚନାନୁସାରେ, ଏହି ଓମ୍ବାଡିସି କ୍ରେଚ୍ କେନ୍ଦ୍ର ମାନଙ୍କର ଦୈନନ୍ଦିନ ଖାଦ୍ୟ ସାରଣୀ ଅନୁଯାୟୀ ଶିଶୁଙ୍କ ପାଇଁ ଖାଦ୍ୟ ପରସା ଯିବ କ୍ଷ କେନ୍ଦ୍ର ଗୁଡିକ ସକାଳେ ୮ ରୁ ଅପରାହ୍ନ ୪ ଘଟିକା ପର୍ୟ୍ୟନ୍ତ ଛୁଟି ଦିନ ବ୍ୟତୀତ ଖୋଲା ରହିବ କ୍ଷ କର୍ମଜିବୀ ମହିଳା ତାଙ୍କର ୬ ମାସରୁ ୩ ବର୍ଷ ପର୍ୟ୍ୟନ୍ତ ଶିଶୁଙ୍କୁ କାର୍ୟ୍ୟ କ୍ଷେତ୍ର କୁ ଯିବା ପୂର୍ବରୁ କ୍ରେଚ୍ କର୍ମୀଙ୍କର ଦାୟିତ୍ୱରେ ହସ୍ତାନ୍ତର କରିଯିବେ ଓ କାର୍ୟ୍ୟରୁ ଫେରିଲା ପରେ କେନ୍ଦ୍ରରୁ ଶିଶୁଟିକୁ ଘରକୁ ନେଇଯିବେ କ୍ଷ କ୍ରେଚ୍ କେନ୍ଦ୍ରରେ ଶିଶୁଟି ଖାଦ୍ୟ, ମନୋରଞ୍ଜନ, ଖେଳ, ଔଷଧ ସେବନ ଓ ନିରାପଦ ପରିବେଶରେ ରହିବାର ବ୍ୟବସ୍ଥା ହୋଇଅଛି କ୍ଷ ଯୋଜନା ଅନୁଯାୟୀ କ୍ରେଚ୍ କେନ୍ଦ୍ର ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଓ ଆବଶ୍ୟକ ପ୍ରତିଷେଧକ ଟୀକା ଆଦି ପାଇବେ କ୍ଷ ଶିଶୁଟି ବୃଦ୍ଧି ରେକର୍ଡର ସମସ୍ତ ବିବରଣୀ କ୍ରେଚ୍ କେନ୍ଦ୍ରରେ ଉପଲବ୍ଧ ହେବ କ୍ଷ ଓମ୍ବାଡିସି କ୍ରେଚ୍ କେନ୍ଦ୍ର ଗ୍ରାମର ସମୁଦାୟ ମାଲିକାନାରେ କାର୍ୟ୍ୟକାରୀ ହେବ କ୍ଷ କ୍ରେଚ୍ କେନ୍ଦ୍ର ପରିଚାଳନା ସମୟରେ ଉପୁଜିଥିବା କୌଣସି ପ୍ରକାରର ଅଭିଯୋଗ ଗ୍ରାମ ସମୁଦାୟ ଦ୍ୱାରା ବୁଝାମଣା ଭିତ୍ତିରେ ଶିଶୁଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନ ହେବ କ୍ଷ
ପ୍ରକାଶ ଥାଉକି, ସାରସକଣା ବ୍ଲକ ଅଧିନସ୍ଥ ଭରଶାଣୀ ନୂଆଗାଁ ଗ୍ରାମର କ୍ରେଚ୍ କେନ୍ଦ୍ରକୁ ଶ୍ରୀମତୀ ମମତା ମୟୀ ବିଶ୍ୱାଳ ପୋଷ୍ୟ କ୍ରେଚ୍ କେନ୍ଦ୍ର ରୂପେ ଗ୍ରହଣ କରିଛନ୍ତି କ୍ଷ ଯାହାକି ଓମ୍ବାଡିସି କ୍ରେଚ୍ ପ୍ରକଳ୍ପ ଦ୍ୱାରା ପରିଚାଳିତ କ୍ରେଚ୍ କେନ୍ଦ୍ର ଗୁଡିକ ପାଇଁ ଉଦାହରଣ ସୃଷ୍ଟି କରିଛି କ୍ଷ ଏହି ଉଦ୍ଘାଟନ ଉତ୍ସବରେ ଆର.ଡ଼ି.ଏ.ସି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଧନ ଦାଶ ଓ ଶ୍ରୀ ଗୁଣନିଧି ଧାରୁଆ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନେ ଅନୁଷ୍ଠିତ ହୋଇଥିବା ସ୍ଥଳେ ୮ ଟି ବ୍ଲକର କ୍ଲଷ୍ଟର ମ୍ୟାନେଜର, ସୁପର ଭାଇଜର, କ୍ରେଚ୍ ସ୍ବେଚ୍ଛାସେବୀ ମାନେ କ୍ରେଚ୍ କେନ୍ଦ୍ର ମାନଙ୍କର ଉଦ୍ଘାଟନ ସଫଳ କରିବାରେ ସହଯୋଗ କରିଥିଲେ ।