ଭରତପୁର ସ୍ମଶାନରେ ହେବ ଅଜଣା ବ୍ୟକ୍ତିଙ୍କ ଶବ ସତ୍କାର

0

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୨୯୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦୭ ଟି ମୃତ ଦେହ ଚିହ୍ନଟ ହୋଇଥିବା ବେଳେ ୮୧ ଟି ଅଚିହ୍ନା ଶବ ଏବେ ଏମ୍ସରେ ରହିଛି, ସେଗୁଡ଼ିକର ଶୁକ୍ରବାର ଗଣ ଦାହ କରାଯିବାର ସୂଚନା ରହିଛି । ଭରତପୁର ସ୍ମଶାନରେ ବାହାନାଗା ଟ୍ରେନ ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ଶବ ସତ୍କାର କରିବା ପାଇଁ ନିର୍ଦେଶ ଆସିଛି । ସୂଚନା ଥାଉକି ପ୍ରଦୀପ ସେବା ଟ୍ରଷ୍ଟ ଦିବା ନିଜ ଗ୍ରୁପକୁ ନେଇ ସକାଳ ୯ଘଟିକା ରେ ସ୍ମଶାନରେ ପହଁଚିବ । ଏହି ଶବଗୁଡ଼ିକୁ ଭୁବନେଶ୍ୱରସ୍ଥିତ ସତ୍ୟନଗର ଓ ଭରତପୁର ଶ୍ମଶାନରେ ଦାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଶବଦାହ କ୍ଷେତ୍ରରେ କାର୍ୟ୍ୟ କରୁଥିବା କିଛି ସଂସ୍ଥାଙ୍କୁ ଆବଶ୍ୟକୀୟ କାଠ ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ବିଏମସି ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି।
ଏବେ ବି ଏମ୍ସରେ ଥିବା ୮୧ ଟି ମୃତ ଦେହ ରହିଛି। ଏଥି ମଧ୍ୟରୁ ଅଧିକାଂଶ ଅଣଦାବିଦାର ଶବ ରହିଛି। ବିଭିନ୍ନ ପର୍ୟ୍ୟାୟରେ ମର ଶରୀର ଓ ଦାବିଦାରଙ୍କୁ ମିଶାଇ ୮୪ ଟି ନମୁନା ଡିଏନ୍ଏ ଟେଷ୍ଟ ପାଇଁ ଯାଇଛି। ବାହାନଗା ରେଳ ଦୁର୍ଘଟଣାକୁ ମାସେ ବିତିବାକୁ ବସିଥିବାରୁ ମୃତ ଦେହଗୁଡ଼ିକ ଗଳିତ ହୋଇ ଖରାପ ହେବାରେ ଲାଗିଛି। ଏଥିପାଇଁ ଶବଗୁଡ଼ିକୁ ପୋଡ଼ିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ସରକାରୀ ନିୟମ ଅନୁଯାୟୀ କୌଣସି ଅଣଦାବିଦାର ମୃତ ଦେହକୁ ୪୮ ଘଣ୍ଟା ରଖିବା ପରେ ଏହାକୁ ଦାହ କରାଯାଇ ପାରିବ। ଯେହେତୁ ଏହି ସମ୍ବେଦନଶୀଳ ଘଟଣାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ସମେତ ଅନ୍ୟ କିଛି ରାଜ୍ୟର ଯାତ୍ରୀ ସାମିଲ ରହିଛନ୍ତି।