(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଜାମ୍ମୁକାଶ୍ମୀରରେ ଲାଗି ରହିଥିବା ଅଟକଳ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ପଦକ୍ଷେପ ନେଇଛନ୍ତିା ଜାମ୍ମୁକାଶ୍ମୀରକୁ ଧାରା ୩୭୦କୁ ନେଇ ଯେଉଁ ସ୍ୱତନ୍ତ୍ରତା ଦିଆଯାଉଥିଲା ତାହା ଆଜି ଉଚ୍ଛେଦ କରାଯାଇଛି । ବର୍ତ୍ତମାନ ଜାମ୍ମୁକାଶ୍ମୀରକୁ ଦୁଇଭାଗ କରାଯାଇ ୨ଟି କେନ୍ଦ୍ରଶାସିତ ଅଂଚଳ ଭାବେ ଘୋଷଣା କରାଯାଇଛି । ଫଳରେ ଜାମ୍ମୁକାଶ୍ମୀର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇ ବିଧାନସଭା ଥିବା ଏକ କେନ୍ଦ୍ରଶାସିତ ଅଂଚଳ ହୋଇଛି ।
ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୈାତମ ଗମ୍ଭୀର ଏହି ଐତିହାସିକ ନିଷ୍ପତିରେ ଖୁସି ପ୍ରକାଶ କରିଛନ୍ତି । ସେ ଟ୍ୱିଇଟ କରି କହିଛନ୍ତି ଯେ, କେହି ନ କରିଥିବା କାମ ଆମେ କରି ଦେଖାଇଛୁ । କାଶ୍ମୀରରେ ବର୍ତ୍ତମାନ ତ୍ରିରଙ୍ଗା ଉଡ଼ିବ ।
ସେହିପରି ଭାରତୀୟ କ୍ରିକେଟ ଖେଳାଳି ସୁରେଶ ରାଇନା ମଧ୍ୟ ଧାରା ୩୭୦କୁ ଉଚ୍ଛେଦ କରିବା ଏକ ଐତିହାସିକ ପଦକ୍ଷେପ ବୋଲି ଟ୍ୱିଇଟ କରି ଜଣାଇଛନ୍ତି । ଏହା ସହ ଟିମ ଇଣ୍ଡିଆର ପୂର୍ବତନ ଫିଲ୍ଡର ମହମ୍ମଦ କୈଫ ମଧ୍ୟ ଟ୍ୱିଇଟ ଜରିଆରେ ଧାରା ୩୭୦ ଉଚ୍ଛେଦକୁ ପ୍ରଂଶସା କରିବା ସହ ବର୍ତ୍ତମାନ ଠାରୁ ସେହି ସ୍ଥାନରେ ପ୍ରେମ ଓ ଶାନ୍ତିର ପରିବେଶ ସୃଷ୍ଟି ହେବ ବୋଲି ଜଣାଇଛନ୍ତି ।