(ଓମ୍ ପ୍ରକାଶ ମିଶ୍ର / ସୁବର୍ଣ୍ଣପୁର ): ସୁବର୍ଣ୍ଣପୁର ଗାନ୍ଧି ପଡିଆଠାରେ ଚାଲିଥିବା ୩୩ ତମ ଲାଲମନି ଟ୍ରଫୀ କ୍ରିକେଟ କପ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ସେରସା ରାଂଚି ଓ ଇଷ୍ଟ କୋଷ୍ଟ ରେଳବାଇ ଖୋର୍ଦ୍ଧା ଦଳ ମୁହାଁ ମୁହିଁ ହୋଇଥିଲେ । ରାଂଚି ଦଳ ଉଭୟ ଟି-୨୦ ଓ ଟି-୧୦ ମ୍ୟାଚକୁ ଜିତି ଚମ୍ପିୟାନ ହୋଇଥିଲା । ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ମଧୁ ସୁଦନ ମିଶ୍ର, ପ୍ରକଳ୍ପ ନିଦର୍ଶକ ସୁଯ୍ୟ ନାରାୟଣ ଦାସ, ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଭାରତୀୟ କ୍ରିକେଟ ଦଳର ସ୍ପିନ ବୋଲର ପ୍ରଞାନ ଓଝା,ସିନେ ଅଭିନେତ୍ରୀ ବିଦୁସ୍ମିତା,ଲିପି ପ୍ରମୁଖ ଯୋଗଦେଇ ଉଭୟ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫୀ ପ୍ରଦାନ କରିଥିଲେ । ତା ସହ ବିଜେତା ଦଳକୁ ନଗଦ ୫୦ ହଜାର ଏବଂ ଉପବିଜେତା ଦଳକୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଫାଇନାଲ ମ୍ୟାଚକୁ ଦେଖିବା ପାଇଁ ୪୦ ହଜାର ରୁ ଅଧିକ କ୍ରିକେଟ ପ୍ରେମୀ ଯୋଗ ଦେଇଥିଲେ ।