ବାରବାଟୀରେ କ୍ରିକେଟ ମ୍ୟାଚ୍ : ୫ ଓ ୬ରେ ଟିକେଟ ବିକ୍ରି

0

କଟକ : ଫେବ୍ରୁଆରୀ ୯ରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ୍ । ବାରବାଟୀ ଅନ୍ତର୍ଜାତୀୟ ମ୍ୟାଚ ପାଇଁ  ଫେବୃଆରୀ ୨ରୁ ଆରମ୍ଭ ହେବ ଟିକେଟ ବିକ୍ରି ।  ଉଭୟ ଅଫଲାଇନ ଏବଂ ଅନଲାଇନରେ ଟିକେଟ ବିକ୍ରି ହେବ । ୫ ଓ ୬ରେ ବାରବାଟୀ ମ୍ୟାଚ ପାଇଁ କାଉଁଣ୍ଟରରେ ଟିକେଟ ବିକ୍ରି ହେବ  । ଫେବୃଆରୀ ୨ ତାରିଖରେ ଅନଲାଇନରେ  ବିକ୍ରି ହେବ  ୪ ହଜାର ଟିକେଟ । କ୍ରୀଡା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କଟକ ଓସିଏ କାଯ୍ୟାଳୟରେ  ଏନେଇ ବୈଠକ ଆରମ୍ଭ ହୋଇଛି । ଫେବୃଆରୀ ୯ରେ ଭାରତ – ଇଂଲଣ୍ଡ ମଧ୍ୟରେ  ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଚଳିତ ଥର ଷ୍ଟାଡିୟମ ବାହାରେ ଫ୍ୟାନ ପାର୍କର ବ୍ୟବସ୍ଥା କରାଯିବ କହିଲେ ।