(ସଂଜୁକ୍ତା ବେହେରା): ୱେଷ୍ଟଇଣ୍ଡିଜ ବିରୋଧରେ ଶୁକ୍ରବାର ଦିନ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ବିସିସିଆଇ ୧୨ଜଣିଆ ଚୁଡାନ୍ତ ତାଲିକା ଘୋଷଣା କରିଛି । ଏହି ତାଲିକାରୁ ବାଦ ପଡିଛନ୍ତି ମୟଙ୍କ ଅଗ୍ରୱାଲ ।
ଦୁଇଟିକିଆ ଟେଷ୍ଟ ସିରିଜର ଶେଷ ମ୍ୟାଚ ଆସନ୍ତା କାଲି ହାଇଦରାବାଦରେ ଖେଳାଯିବ । ଏହି ଟେଷ୍ଟ ପାଇଁ ଭାରତୀୟ ଦଳ ପକ୍ଷରୁ କିଛି ପରିବର୍ତନ କରାଯାଇ ନାହିଁ । ଏହି ମ୍ୟାଚରେ ହନୁମା ତିୱାରୀ, ମହମ୍ମଦ ସିରାଜ ଏବଂ ମୟଙ୍କ ଅଗ୍ରୱାଳ ଖେଳିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଚୟନକର୍ତା ରାଜକୋଟ ଟେଷ୍ଟ ଦଳକୁ ଅପରିବର୍ତିତ ରଖିଛନ୍ତି ।
ଭାରତୀୟ ଦଳ ବିରାଟ କୋହଲି, କେଏଲ ରାହୁଲ, ପୃଥ୍ୱୀ ଶା, ଚେତଶ୍ୱର ପୁଜାରା, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ଥ, ଆର ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, କୂଳଦୀପ ଯାଦବ, ମହମ୍ମଦ ଶାମି, ଉମେଶ ଯାଦବ, ଶର୍ଦୁଳ ଠାକୁର ।