ଆଫଗାନିସ୍ତାନକୁ ୨୩ ରନରେ ହରାଇଲା ୱେଷ୍ଟଇଣ୍ଡିଜ

0

(ମମତା ସାମଲ)ରିପୋର୍ଟସଟୁଡେ: ପ୍ରଥମ ବିଶ୍ୱକପ ବିଜେତା ୱେଷ୍ଟଇଣ୍ଡିଜ ଆଇସିସି ୨୦୧୯ରେ ନିଜର ଅନ୍ତିମ ଲିଗ ମ୍ୟାଚରେ ଗତକାଲି ଆଫଗାନିସ୍ତାନକୁ ୨୩ ରନରେ ପରାସ୍ତ କରିଛି । ଟସ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୱେଷ୍ଟଇଣ୍ଡିଜ ୬ଟି ୱିକେଟ ହରାଇ ୩୧୧ରନ କରିବା ପରେ ଆଫଗାନିସ୍ତାନକୁ ବିଜୟ ଲକ୍ଷ୍ୟ ୩୧୨ରନ ମିଳିଥିଲା । ବିସ୍ଫୋରକ ବ୍ୟାଟ୍ସମ୍ୟାନ ୧୮ଟି ବଲ ଖେଳି ମାତ୍ର ୭ରନ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନ ମାନେ ଦଳର ଭଲ ବ୍ୟାଟିଂ କରିଥିଲେ । ଜବାବରେ ଆଫଗାନିସ୍ତାନ ୫୦ ଓଭରରେ ୨୮୮ ରନରେ କରି ଅଲଆଉଟ ହୋଇଥିଲା । ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ, ଉଭୟ ଟିମର ଏହା ଥିଲା ଅନ୍ତିମ ଲିଗ ମ୍ୟାଚ । ଆଫଗାନିସ୍ତାନ ପାଇଁ ବିଶ୍ୱକପର ଏହି ଅଭିଯାନ ବହୁ ସଂଘର୍ଷପୂର୍ଣ୍ଣ ଥିଲା । ଲଢୁଆ ମନୋଭାବ ନେଇ ଖେଳିଥିଲେ ମଧ୍ୟ ଟିମକୁ ୯ଟି ମ୍ୟାଚରୁ ଗୋଟିଏରେ ବି ବିଜୟ ମିଳି ନଥିଲା ।
ଦ୍ୱିତୀୟ ଇନିଂସରେ ୩୧୨ ରନ ବିଜୟ ଲକ୍ଷ୍ୟ ନେଇ ଆଫଗାନିସ୍ତାନ ଟିମକୁ ୨ୟ ଓଭରରେ ପ୍ରଥମ ଝଟକା ଲାଗିଥିଲା । ଅଧିନାୟକ ଗୁଲାବଦୀନ ନାଇବ (୫ରନ) ରୋଚଙ୍କ ବଲ ଲୁଇସଙ୍କୁ କ୍ୟାଚ ଦେଇଥିଲେ । ଏହା ପରେ ରହମତ ସାହା ଓ ଇକରାମ ଅଲି ଖିଲ ସୁନିୟୋଜିତ ବ୍ୟାଟିଂ ଯୋଗୁଁ ୨ୟ ୱିକେଟ ପାଇଁ ୧୩୩ ରନ ଯୋଡ଼ିଥିଲେ ।