କୋଲକାତା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲି । ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦୁର୍ଘଟଣା ହୋଇଛି । ସୌଭାଗ୍ୟବସତଃ ସୌରଭଙ୍କର କିଛି କ୍ଷତି ହୋଇନାହିଁ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୌରଭ ଗାଙ୍ଗୁଲି ।
ସୂଚନା ଅନୁଯାୟୀ, ଏକ ବିଶ୍ୱ ବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ ତାଙ୍କ କାର୍ ଦୁର୍ଘଟଣା ହୋଇଛି । କୁହାଯାଉଛି କି ବାଟରେ ଯାଉଥିବା ବେଳେ ଟ୍ରକ ଧକ୍କା ଦେବାକା କାରଣରୁ ଗାଙ୍ଗୁଲିଙ୍କ ଡ୍ରାଇଭର ହଠାତ ବ୍ରେକ ମାରିଥିଲେ । ଲଥିଯୋଗୁ ପଛରେ ଆସୁଥିବର କିଛି ଗାଡି ପିଟି ହୋଇଯାଇଥିାଲା । କିକ୍ତୁ ଗାଙ୍ଗୁଲି ସୁରକ୍ଷିତ ରହିଥିବା ସୂଚନା ରହିଛି ।