ସେନା ପୋଲିସ କଳି ଘଟଣା ଘଟଣାର ତଦନ୍ତ ପାଇଁ ପହଁଚିଲା କ୍ରାଇମବ୍ରାଞ୍ଚର ଟିମ

0

ବ୍ୟୁରୋ : ରାଜଧାନୀରେ ସେନା ପୋଲିସ କଳି ଘଟଣା । ଘଟଣାର ତଦନ୍ତ ପାଇଁ ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ । ତଦନ୍ତ ନିମନ୍ତେ ପହଁଚିଲେ କ୍ରାଇମବ୍ରାଞ୍ଚର ପାଞ୍ଚ ଜଣିଆ ଟିମ ।

ପ୍ରକାଶ ଥାଉ କି, ଗତ ଶନିବାର ରାତିରେ ଭରତପୁର ଥାନା ରେ ଘଟିଥିଲା ଘଟଣା । ରାତି ପ୍ରାୟ 2:30ମିନିଟ ରେ ଥାନାକୁ ଅଭିଯୋଗ ପାଇଁ ଆସିଥିଲେ ମେଜର ଗୁରୁବନ୍ତ ସିଂ ଓ ବାନ୍ଧବୀ । ଥାନା କୁ ଆସିବା ପରେ ପୋଲିସ ସହ ବଚସା ହୋଇଥିଲା ।ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ପୋଲିସ କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।ଏହି ଘଟଣାରେ ଗୁରୁବନ୍ତଙ୍କୁ ନୋଟିସ ଦେଇ ଛାଡି ଦେଇଥିବା ବେଳେ ତାଙ୍କ ବାନ୍ଧବୀ ଙ୍କୁ ଗିରଫ କରିଥିଲା ଭରତପୁର ଥାନା ପୋଲିସ ।ପରେ ସେନା ପକ୍ଷରୁ ପାଲଟା ଅଭିଯୋଗ ହୋଇଥିଲା । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ଏନେଇ ପୂରା ଘଟଣା ର ତଦନ୍ତ କରିବ କ୍ରାଇମବ୍ରାଞ୍ଚ।