ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀର ତର୍ଜମା କରୁଛି କ୍ରାଇମବ୍ରାଞ୍ଚ

0

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମ ବ୍ରାଞ୍ଚ ଜେରାର ଆଜି ତୃତୀୟ ଦିନ । ଆଜି ପାରଳାଖେମୁଣ୍ଡି ସିଡିଏମଓ ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍ ଜେରା ଚଳାଇଛି । ଅ।।ଜି ୩ ଜଣ ଡାକ୍ତରଙ୍କୁ ଜେରା କରାଯାଉଛି । ଏହି ୩ ଜଣ ଡାକ୍ତର ସୌମ୍ୟଙ୍କୁ ଚିକିତ୍ସା କରିଥିଲେ । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀକୁ ନେଇ ଜେରା କରୁଛି । ବିଶେଷକରି ମୃତ୍ୟୁକାଳୀନ ଜମାନବନ୍ଦୀ କେଉଁ ପରିସ୍ଥିତିରେ ଗ୍ରହଣ କରାଯାଇଥିଲା? କିଏ ତାଙ୍କୁ ଜମାନବନ୍ଦୀ ଦେବା ପାଇଁ କହିଥିଲେ? କାହା ନିର୍ଦ୍ଦେଶରେ ଜମାନବନ୍ଦୀ ଗ୍ରହଣ କରାଯାଇଥିଲା ଏହି ସବୁ ପ୍ରଶ୍ନକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।
ଆଜି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଓ ଅନ୍ୟ ୨ ଡାକ୍ତର କୃଷ୍ଣଚନ୍ଦ୍ର ବେହେରା, ଅଭିଳାଶ ପଣ୍ଡାଙ୍କୁ ପଚରାଉଚରା ଚାଲିଛି। ତେବେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗଉଛି, ସେତେ ନୂଆ ନୂଆ ଚରିତ୍ର ସାମନାକୁ ଆସିବାରେ ଲାଗିଛନ୍ତି। ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା।
ଗତକାଲି ଜେରା ସମୟରେ ଡିଏଫଓଙ୍କ ମୁଖ୍ୟ ଫାଟକ ଜଗୁଆଳି ଦେଇଥିଲେ ଚାଞ୍ଚଲ୍ୟକର ତଥ୍ୟ । ଘଟଣା ରାତିରେ ପ୍ରାୟ ୮ଟା ବେଳେ ଜିଲ୍ଲାପାଳ, ଡିଏଫଓଙ୍କ ଘରକୁ ଯାଇଥିଲେ। ଏପରିକି ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନେବା ବେଳକୁ ମଧ୍ୟ ସେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଗୁଆଳି କହିଥିଲେ ।