(ପ୍ରଶାନ୍ତ ସ୍ୱାଇଁ )୨ବର୍ଷ ହେବ ଆଖିରୁ ଶୁଖୁନି ଲୁହ । ପୁଅ ମୃତ୍ୟୁର ନ୍ୟାୟ ଖୋଜୁଛନ୍ତି ବିଧମା ମା । ପଙ୍କପାଳ ମଦ ଦୋକାନ ପୋଡି ଘଟଣା ଓ ମଦ ଦୋକାନରେ ଥିବା ଉଲ୍ଲାସ ଜେନାଙ୍କୁ ପୋଡି ଅତି ନିର୍ମମ ଭାବେ ହତ୍ୟାକରିଥିବା ଘଟଣାକୁ ଆସି ଦୁଇବର୍ଷ ପୁରିଲା । ହେଲେ ଏପର୍ଯ୍ୟନ୍ତ ମୁଖ୍ୟ ଆସାମୀ ପାଖରେ ପହଂଚି ପାରିଲାନାହିଁ କ୍ରାଇମବ୍ରାଂଚ । ସିସିଟିଭି ଫୁଟେଜରେ ସମସ୍ତ ପ୍ରମାଣ ଥାଇ ମଧ୍ୟ ମୁଖ୍ୟ ଆସାମୀକୁ ଧରିବାରେ କ୍ରାଇମବ୍ରାଚଂ ବିଫଳ । ଶେଷରେ ସିବିଆଇ ତଦନ୍ତ କରିବାପାଇଁ ଦାବି କରିଛନ୍ତି ପରିବାର ବର୍ଗ ।
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଠାରେ ଗତ ୨୦୧୬ ନଭେମ୍ବର ୫ ତାରିଖ ରାତିରେ ସେଠାରେ ଥିବା ସରକାରୀ ମଦ ଦୋକାନ ରେ ସେଲ୍ସମ୍ୟାନ ଭାବେ କାମ କରୁଥିବା ପଙ୍କପାଳ ଗ୍ରାମର ଉଲ୍ଲାସ ଜେନାଙ୍କୁ କେହି ଦୁର୍ବୁତ ଅତି ନିର୍ମମ ବାବେ ହତ୍ୟା କରି ମଦ ଦୋକାନରେ ନିଆଁ ଲଗାଇ ଦେଇଥିବାର ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ମାନ୍ୟବର ଉଚ୍ଚନ୍ୟାୟଳୟ ଏହି ଘଟଣାକୁ କ୍ରାଇମବ୍ରାଂଚ ତଦନ୍ତ କରିବାପାଇଁ ନିର୍ଦ୍ଦେଷ ଦେଇଥିଲେ । କିନ୍ତୁ ବଡ ପରିତାପର ବିଷୟ ଦିର୍ଘ ଦେଢବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୁଖ୍ୟ ଆସାମୀର କୌଣସି ଟେର୍ ପାଇପରିଲାନି କ୍ରାଇମବ୍ରାଂଚ । ତେବେ ଏହି ଘଟଣାକୁ ସିବିଆଇ ତଦନ୍ତ କରିବାପାଇଁ ଦାବି କରିଛନ୍ତି ପରିବାର ବର୍ଗ ।