ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଅପରାଧ

0

ପୁଣି ରାଜଧାନୀରେ ଛୁରାମାଡ଼ | ଷ୍ଟାଟସ ଦେବାକୁ କେନ୍ଦ୍ରକରି ହୋଇଛି ଛୁରୀ ମାଡ଼ | ଭରତପୁର ଅଞ୍ଚଳରେ ଛୁରୀମାଡ଼ ହୋଇଥିବା ଅଭିଯୋଗ | ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ତଦନ୍ତ ଜାରି |

ସୂଚନା ଅନୁସାରେ ସୋସିଆଲ ମିଡିଆରେ ଷ୍ଟାଟସ ଦେବାକୁ ନେଇ ମାନସ ନାୟକ ଓ ସୁବାଷ ନାୟକଙ୍କ ସହିତ ଭରତପୁର ଅଞ୍ଚଳର ଜଣେ ଯୁବକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା ଓ ପରେ ଯୁବକ ଜଣକ ଭୀଷଣ ରାଗିଯାଇ ମାନସ ଓ ସୁବାଷ ଙ୍କ ଉପରକୁ  ଛୁରାମାଡ଼ କରିଥିଲେ ଫେରାର ହୋଇଯାଇଥିଲେ  | ଘଟଣା ସମ୍ପର୍କରେ ସ୍ଥାନୀୟ ଥାନା ଅଧିକାରୀ  ଜାଣିବା ପରେ ଅପରାଧ ସ୍ଥଳରେ ପହଞ୍ଚି ମାନସ ଓ ସୁବାଷ ଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି |