ବ୍ୟୁରୋ: ବୌଦ୍ଧ ପୁରୁଣା କଟକ ଚାରି ଛକରେ ରେଡ଼ । କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ଅଛନ୍ତି ନିଶା ବେପାରୀ । ଜଣେ ନିଶା ବେପାରୁକୁ ଗିରଫ କରିଛି ଏସଟିଏଫ । ତା ନିକଟରୁ ୨ କେଜି ଅଫିମ ଏବଂ ୨ କେଜି ଗଞ୍ଜେଇ ପାଉଡର ଓ ୬୦ ପ୍ୟାକେଟ ସିଗାରେଟ ଜବତ କରାଯାଇଛି । ଜବତ ଅଫିମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ଓ ଗଞ୍ଜେଇ ପାଉଡ଼ର ମୂଲ୍ୟ ୫୦ ହଜାର ହେବ । ତେବେ ଏହି ରାକେଟ ନେଇ ଅଧିକ ପଚରା ଉଚୁରା କରୁଛି ଏସଟିଏଫ ।