ନୟାଗଡ; ଓଡିଶାରେ ଅଛି ଲିଥିୟମ ! ନୟାଗଡ ଜିଲ୍ଲାର ମାଟି ତଳେ ଅଛି ଲିଥିୟମ ଭଳି କ୍ରିଟିକାଲ ମିନେରାଲ । ଏନେଇ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆକୁ ସଙ୍କେତ ମିଳିଛି । ମାଟି ତଳେ ମୂଲ୍ୟବାନ ସାମଗ୍ରୀ ବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର ହେଉଛି । ଏଆଇ କହିବ ,କେଉଁଠି ଅଛି ଖଣି । ଡ୍ରୋନ ମାଧ୍ୟମରେ ହେବ ଖଣିଜ ପଦାର୍ଥ ଖୋଜା ।
ସେପଟେ ମୟୂରଭଞ୍ଜ ଜିଲ୍ଲାରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ । ଏହାସହିତ କନ୍ଧମାଳ, ମାଲକାନଗିରି ଭଳି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଖଣିଜ ସର୍ଭେ ଜୋର ଧରିବାର ଅଛି । କୋଣାର୍କରେ ହେବାକୁ ଥିବା ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜିଏସଆଇର ବୋର୍ଡ ବୈଠକ ।
ସବୁ ରାଜ୍ୟର ଖଣି, ଜିଏସଆଇ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ପ୍ରାୟ ୫୦ ଭାଗ ଖଣିଜ ଯୋଗାଇ ଦେଶର ଖଣି ରାଜଧାନୀ ଭାବେ ପରିଚିତ ଓଡ଼ିଶାରେ ଏହି ବୈଠକ ଅନେକ ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି କେନ୍ଦ୍ର ଖଣି ସଚିବ ଏଲ୍ କାନ୍ତା ରାଓ ।