ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲାର ଅଳପୁଆ ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ବାସନ ମାଜିବା ବେଳେ ମହିଳାଙ୍କୁ ଟାଣି ନେଇଛି କୁମ୍ଭୀର । ନଦୀ ତୁଠରେ ମହିଳାଙ୍କ ଚପଲ ସହ ବାସନ, ବାଲ୍ଟି ପଡ଼ିଥିବାର ଦେଖିବାକୁ ମିଳିଛି । ଏପଟେ ଟର୍ଚ୍ଚ ଓ ଠେଙ୍ଗା ଧରି ମହିଳାଙ୍କୁ ଖୋଜାଖୋଜି କରୁଛନ୍ତି ଗ୍ରାମବାସୀ ।