ନଦୀ ପଠାରେ ଘୁରି ବୁଲୁଛି ଏକ ଘଡ଼ିଆଳ କୁମ୍ଭୀର

ମହାନଦୀର କଖଡି ନିକଟରେ ଦେଖିବାକୁ ମିଳିଛି ଏକ ଘଡ଼ିଆଳ କୁମ୍ଭୀର । ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

0

(ଚୌଦ୍ୱାର) : ମହାନଦୀର କଖଡି ନିକଟରେ ଦେଖିବାକୁ ମିଳିଛି ଏକ ଘଡ଼ିଆଳ କୁମ୍ଭୀର । ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଡାକବାଜି ଯନ୍ତ୍ର ଯୋଗେ ମହାନଦୀ ଭିତରକୁ ନ ଯିବା ପାଇଁ ସତର୍କ କରାଯିବା ସହିତ କେଉଟମାନଙ୍କୁ ମାଛ ମାରିବା ପାଇଁ ନିଷେଧ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , କଖଡି ଗ୍ରାମର ଲୋକେ ନଦୀରେ ଗାଧୋଉ ଥିବା ବେଳେ କୂଳଠାରୁ କିଛି ଦୂରରେ ଥିବା ବାଲିରେ କୁମ୍ଭୀରଟି ଶୋଇଥିବା ଦେଖିବାକୁ ପାଇଥିଲେ । କୁମ୍ଭୀରଟି ମହାନଦୀର ତଳକୁ ଆସୁଥିବା ବେଳେ ସେ ହୁଏତ ମହାନଦୀର ଧବଳେଶ୍ୱର ଗଣ୍ଡରେ ରହିଯାଇ ପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । କୁମ୍ଭୀରଟି କିଛି ଦିନ ହେବ ସାତକୋଶିଆ ନିକଟରୁ ପଳାଇ ଆସି ମହାନଦୀର ତଳ ପାଶ୍ୱର୍କୁ ଖସି ଖସି ଚାଲିଛି । ତାକୁ ଟ୍ରାକିଂରେ ରଖାଯାଇ ତାର ଗତିବିଧି ଉପରେ ନଜର ରଖାଯାଇଥିବା ବନବିଭଗ ପକ୍ଷରୁ ସୂଚନା ମିଳିଛି ।