କେନ୍ଦ୍ରାପଡା: ପୁଣି କୁମ୍ଭୀର ନେଲା ଅଉଏକ ଜୀବନ । ଏବେ ବି ବ୍ରାହ୍ମଣୀ ନଦୀରେ ଆତଙ୍କ ଖେଳାଉଛି କୁମ୍ଭୀର । ନଦୀରୁ ବାରମ୍ବାର ଲୋକଙ୍କୁ ଟାଣି ନେଉଛି । ଆଜି ପୁଣି ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗତ ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ତିନି ଜଣଙ୍କୁ ଟାଣଇନେଲାଣି କୁମ୍ଭୀର ।
ସୂଚନାଅନୁଯାୟୀ, ଆଜି ଭୋର ସମୟରେ ଘାଗରାଡିହା ଗାଁର ଗଙ୍ଗାଧର ତରାଇ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଗଙ୍ଗାଧରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିବା ପରେ ଏବେ ମୃତ ଦେହ ଉଦ୍ଧାର ହୋଇଛି ।