ବେଗୁନିଆ/ଶେଖ୍ ଅନୁଅର୍ ଅଲ୍ଲୀ : ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଟ୍ରି ରେ ଚାଲିଛି ପ୍ରସିଦ୍ଧ ମକର ମେଳା। ଏନେଇ ପ୍ରସିଦ୍ଧ ଶୈବ ପୀଠ ବାବା ହଟକେଶ୍ୱର ମହାଦେବ ଙ୍କ ମନ୍ଦିର ରେ ଭକ୍ତ ଙ୍କ ଭିଡ଼ ଜମୁଛି। ଭୋର୍ ତିନିଟାରୁ ମନ୍ଦିର ପହୁଡ଼ ଖୋଲାଯାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ହଟକେଶ୍ୱର ମହାଦେବ। ଶ୍ରଦ୍ଧାଳୁ ମାନେ ଲମ୍ବା ଲାଇନ୍ ରେ ଆସି ଶାନ୍ତି ଶୃଙ୍ଖଳା ର ସହିତ ଦର୍ଶନ କରିଛନ୍ତି। ତାହା ସହିତ ଉଷ୍ଣପ୍ରସ୍ରବଣ କ୍ଷେତ୍ର ଠାରେ ଶୀତୁଆ ସକାଳ ରେ ଗରମ ପାଣି ର ମଜା ନେଉଛନ୍ତୁ ସମସ୍ତେ। ସେଠାରେ ଆଉ ଏକ ପର୍ବ ଗୁଆ ଖୋଜା ପର୍ବ ମଧ୍ୟ ସମ୍ପାଦନ ହେଉଥିବା ଦେଖିବାକୁ ମିଳୁଛି । ନିସନ୍ତାନ ଦମ୍ପତି ପବିତ୍ର ମକର ସଂକ୍ରାନ୍ତି ରେ ହଟକେଶ୍ୱର ମହାଦେବ ଙ୍କ ନିକଟରେ ସଂକଳ୍ପ କରି ଉଷ୍ଣପ୍ରସ୍ରବଣ ରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ସେବନ କରନ୍ତି। ବିଶ୍ୱାସ ରହିଛି ଏଭଳି କଲେ ସେମାନଙ୍କୁ ବର୍ଷ କେ ଭିତରେ ସନ୍ତାନ ପ୍ରାପ୍ତି ହୋଇଥାଏ।