ପୁରୀ/ ଜୟନ୍ତ କୁମାର ସେଠି: ବିଶ୍ୱସ ଆଗରେ ହାର ମାନିଛି ବିଜ୍ଞାନ । ଏହି ବିଶ୍ଵାସ ନେଇ ପିଠିରେ କଣ୍ଟା ଫୋଡି ହୋଇ ପ୍ରାୟ ୩୦ ହାତ ଉଚ୍ଚ ଖାଇରେ ଝୁଲୁଛନ୍ତି ଶହଶହ ପାଟୁଆ । ବିଶ୍ଵାସ ମାଙ୍କର କରୁଣା ଲାଭ କରିବେ ଓ ମନସ୍କାମନା ପୂରଣ ହେବ । ନିସନ୍ତାନ ସନ୍ତାନ ଲାଭ କରିବେ ଓ ବିଭିନ୍ନ ରୋଗରୁ ଉପଶମ ପାଇବେ । ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ଅ।ଜି ସତ୍ୟବାଦୀ ଭିମପୁର ଗଡଚଣ୍ଡି ମନ୍ଦିର ସମ୍ମୁଖରେ ।
ଚଳଚଂଚଳ ସତ୍ୟବାଦୀ ଭୀମପୁର ଗ୍ରାମ । ଗ୍ରାମର ଅ।ରଧ୍ୟ ଦେବୀ ଗଡଚଣ୍ଡି ପୀଠରେ ଲାଗିଛି ଭକ୍ତଙ୍କ ଭିଡ । ମହାବିଷ୍ଣୁବ ସଂକ୍ରାନ୍ତି ଦିନ ମନ୍ଦିର ସମ୍ମୁଖରେ ପିଠିରେ କଣ୍ଟା ଫୋଡି ହୋଇ ଖାଇରେ ଝୁଲିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ରହିଛି ବଶ୍ଵାସ । ଏହି ବିଶ୍ଵାସ ନେଇ ଶତାଧିକ ମାନସିକଧାରୀ ପାଟୁଅ। ପ୍ରାୟ ୩୦ଫୁଟ ଉଚ୍ଚର ଖାଇରେ ଝୁଲି ମାଙ୍କର କରୁଣା ଲାଭ କରିଛନ୍ତି । ପ୍ରବଳ ରୌଦତାପ ସତ୍ତ୍ଵେ ମଧ୍ୟ ଅତି ନିଷ୍ଠାରେ ରହିବାକୁ ପଡିଥାଏ ମାନସିକ ଧାରୀଙ୍କୁ । ମାସକ ପୂର୍ଵରୁ ମାନସିକ ଧାରୀ ମାନେ ହବିଷାନ୍ନ ଭୋଜନ କରିଥିବା ବେଳେ ପ୍ରତ୍ୟେକ ମଙ୍ଗଳବାର ଦିନ ମାଗଡଚଣ୍ଡିଙ୍କ ପାଖରେ କଣ୍ଟା ପୂଜା କରିଥାନ୍ତି । ମାସ ତମାମ ମାନସିକଧାରୀ ପରିବାର ଠାରୁ ଅଲଗା ରହିବାର ବିଧି ବ୍ୟବସ୍ଥା ରହିଥିବା ବେଳେ ଅ।ଜିର ଦିନ ଅର୍ଥାତ ମହାବିର୍ଷ୍ଣୁବ ସଂକ୍ରାନ୍ତି ଦିନ ମାନସିକ ଧାରୀ ମାନେ ମା ଗଡଚଣ୍ଡିଙ୍କ ପାଖରେ ସକାଳୁ ଗୁହାରି ପଡିଥାନ୍ତି । ମାଙ୍କ ରିତୀନିତୀ ସଂପନ୍ଣ ହେବା ପରେ କାଳିସି ମାନେ ମାଙ୍କର ଅ।ଜ୍ଞାମାଳ ନେଇ ମନ୍ଦିର ପୋଖରୀକୁ ଯାଇଥାନ୍ତି । ସେଠାରେ କାଳିସୀ ମାନେ ମାନସିକଧାରୀଙ୍କ ପିଠିରେ କଣ୍ଟା ସ୍ଥାପନ/ ଫୋଡିବା ପରେ ପୋଖରୀ ଠାରୁ ଖାଇ ପର୍ୟ୍ୟନ୍ତ ଶୋଭାଯାତ୍ରାରେ କାଳିସୀ ଓ ମାନସିକ ଧାରୀ ଅ।ସି ପହଂଚିବା ପରେ ପ୍ରାୟ ୩୦ ହାତରୁ ଉର୍ଦ୍ଦ ଖାଇରେ ପିଠିରେ କଣ୍ଟା ଫୋଡା ଅବସ୍ଥାରେ କତା ରଶିରେ ଖାଇରେ ଝୁଲି ରହିଥାନ୍ତି ,ପରଂପରା ଅନୁସାରେ ପ୍ରଥମେ କାଳିସୀ ଖାଇରେ ଝୁଲିବା ପରେ ମାନସିକଧାରୀ ମାନେ ଝୁଲିଥାନ୍ତି । ଏହି ସମୟରେ କାଳିସୀ ଦ୍ଵାରା ଖାଇରେ ଝୁଲିବା ଅବସ୍ଥାରେ ଫିଙ୍ଗା ଯାଉଥିବା ଅ।ମ୍ଵ ଓ ଖଜୁରୀ କୋଳି ମହିଳା ମାନେ ଖାଇଲେ ସେମାନେ ସନ୍ତାନ ପ୍ରାପ୍ତି ହେବାର ବିଶ୍ଵାସ ରହିଥିବା ବେଳେ ମାନସିକଧାରୀ ପାଟୁଅ। ଓ କାଳିସି ପିଲାଙ୍କୁ ଧରି ଖାଇରେ ଝୁଲିଲେ ସେମାନଙ୍କର ମଙ୍ଗଳ କାମନା ସହିତ ରୋଗ ମୁକ୍ତ ହେବାର ବିଶ୍ଵାସ ରହିଛି ।
ସେପଟେ ଏହି ପରଂପରା ବହୁ ପୁରାତନ କାଳରୁ ରହି ଅ।ସିଛି । ମା ଙ୍କ ପାଖରେ ମାନସିକ ଧାରୀ ନିଜକୁ ସମର୍ପି ଦେବା ପରେ ଶରୀର ରେ କଣ୍ଟା ଫୋଡି ହେଲେ ମଧ୍ୟ ମାନସିକଧାରୀଙ୍କର କୌଣସି କ୍ଷତି ହୋଇ ନଥାଏ, ଏଠାରେ ଯିଏ କିଏ କିଛି ମାନତ ମନାସିଲେ ତାହା ପୂରଣ ହୋଇଥାଏ ,ନିସନ୍ତାନ ଗୁହାରିଅ। ପଡିଲେ ସନ୍ତାନ ଲାଭ କରିବାର ସୁଯୋଗ ରହିଥିବା ସହିତ ଖାଇରେ ମାନସିକଧାରୀ ବୁଲିବା ସମୟରେ ତାଙ୍କୁ ସ୍ପର୍ଶ କଲେ ବିଭିନ୍ନ ରୋଗରୁ ଉପଶମ ମିଳିଥାଏ ବୋଲି ବିଶ୍ଵାସ ରହି ଅ।ସିଛି । ବିଜ୍ଞାନ ଯୁଗରେ ବିଶ୍ଵାସର ଜିତାପଟ, ଏବେ ମଧ୍ୟ ଭଗବାନଙ୍କ ଉପରେ ରହିଛି ଭକ୍ତଙ୍କ ଅଗାଢ ବିଶ୍ଵାସ , ଯେଉଁ ବିଶ୍ଵାସ ପାଇଁ ବିଜ୍ଞାନ ମଧ୍ୟ ପଛରେ ପଡି ଯାଇଛି ।