ଯବାନଙ୍କ ମରଶରୀରକୁ ଗାର୍ଡ ଅପ ହନର

0

(ମନୋଜ ସାହୁ / ରାୟଗଡ଼ା ) : ରାୟଗଡା crpf 4th batalian ର ଯବାନ ଧରମ ଦେବଙ୍କ ମରଶରୀରକୁ ଆଜି ଗାର୍ଡ ଅପ ହନର ଦିଆଯାଇଛି । crpf 4th bataliain ପାରିସରରେ ଆଜି crpf ଜବାନ ମାନେ ଗାର୍ଡ ଅପ ହନର ଦେଇଥିଲେ ।
ଗତ ଡିସେମ୍ବର ୨୬ ତାରିଖ ରୁ ନିଖୋଜ ଥିବା ଧରମ ବିରଙ୍କ କଙ୍କାଳ ନୂଆ ସାହି ନିକଟକୁ ଗତ ୨୩ ତାରିଖ ଦିନ ଉଦ୍ଧାର ହୋଇଥିଲା । ଘଟଣା ସ୍ଥଳରୁ ଧରମ ଦେବ ଙ୍କ ଆଧାର କାର୍ଡ ,ବୁଟ ,ପୋଷାକ ଓ ବ୍ୟାଗ ଉଧାର କରିଥିଲା ପୋଲିସ । ଅଧିକ ତଦନ୍ତ ପାଇଁ ଧରମ ଦେବ ଙ୍କ ମୃତ ଶରୀରକୁ ବ୍ରହ୍ମପୁର ସ୍ଥିତ ଫରେନସିକ ଲାଵ କୁ ପଠାଯାଇଥିଲା । ଉକ୍ତ ମୃତ ଦେହ ଧରମ ଦେବ ର ବୋଲି ସ୍ପଷ୍ଟ ହେବା ପରେ ଆଜି crpf ତରଫରୁ ଗାର୍ଡ ଅପ ହନର ଦିଆଯାଇଛି । ତେବେ ଧରମ ଦେବକୁ ଅପହରଣ ଓ ପରେ ହତ୍ୟା କରାଯାଇଥିବା ଧରମ ଦେବ ଙ୍କ ପୁଅ ଅଭିଯୋଗ କରିଛନ୍ତି । ଘଟଣା ର ଅଧିକ ତଦନ୍ତ ଜାରି ରହିଥିବା ରାୟଗଡ ଏସ ପି ପ୍ରକାଶ କରିଛନ୍ତି ।